ବସ ଦୁର୍ଘଟଣାରେ ଦୁଇ ମୃତ

ନୂଆଦିଲ୍ଲୀ : ଦିଲ୍ଲୀ-ଅଲୱର ରାସ୍ତାର ସାଲମ୍ବା ଗାଁ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ହରିୟାଣାର ନୁଙ୍ଗହରେ ଏକ ଦ୍ରୁତଗାମୀ ବସ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ୧୨ ଜଣ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଓଭରଟେକ୍‌ ସମୟରେ ନିୟନ୍ତ୍ରଣ ହରାଇ ଏକ ଯାତ୍ରୀବାହୀ ବସଟି ଓଲଟି ପଡିଥିଲା । ଫଳରେ ଏହି ଦୁର୍ଘଟଣାରେ ଜଣେ ଶିଶୁ ସମେତ ୨ ଜଣଙ୍କର ମୃତ୍ୟୁ ହେବା ସହ ୧୨ ଜଣ ଆହତ ହୋଇଛନ୍ତି । ଆହତ ହୋଇଥିବା ସମସ୍ତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ଆହତ ୧୨ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ଅବସ୍ଥା ଗୁରୁତର ହୋଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଓଭରଟେକ କାରଣରୁ ଦୁର୍ଘଟଣା ଘଟିଛି । ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ଉତ୍ତେଜିତ ଲୋକେ ଦିଲ୍ଲୀ-ଅଲୱର ଜାତୀୟ ରାଜପଥ ରୋକ କରିଥିଲେ ।