ଚାନ୍ଦବାଲି: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଚାନ୍ଦବାଲି ଥାନାରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ । ଦ୍ବିତୀୟ ଦିନରେ ଚାନ୍ଦବାଲିରେ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ ଜାରି । ଆଜି ଦୁଇ ଜଣ ସାକ୍ଷୀଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା କରୁଛି । ଦେବାଶିଷ ଜେନା ଓ ଶରତ ପଣ୍ଡାଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଚାନ୍ଦବାଲି ଥାନାରେ ଅଭିଯୁକ୍ତଙ୍କୁ ଚାଲିଛି ଜେରା ।
ବୁଧବାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ପୋଲିସ୍ ଡିଜି । ଏହି ମାମଲାରେ ଜଡ଼ିତ ସମସ୍ତ କାଗଜପତ୍ର କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା । ତଦନ୍ତ ପାଇଁ ଚାନ୍ଦବାଲି ଅଭିମୁଖେ କ୍ରାଇମ୍ବ୍ରାଞ୍ଚ ଟିମ୍ ବାହାରିଥିଲା । ସେହିପରି ଅନ୍ୟଏକ ଟିମ୍ ଶର୍ମିଷ୍ଠାଙ୍କୁ ଗିରଫ କରିବା ପାଇଁ ବାହାରିଥିବା ସୂଚନା ମିଳିଥିଲା ।