ନୂଆଦିଲ୍ଲୀ: ପରିକ୍ଷା ପେ ଚର୍ଚ୍ଚା ୨୦୨୨ର ତାରିଖ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ଏପ୍ରିଲ ୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ର, ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିବେ ।
ପରିକ୍ଷା ସମୟରେ ଛାତ୍ରଛାତ୍ରୀ କିପରି ଚିନ୍ତାମୁକ୍ତ ଓ ଶାନ୍ତ ରହିବେ ସେନେଇ ମୋଦୀ ଆଲୋଚନା କରିବେ ବୋଲି ଶିକ୍ଷା ମନ୍ତ୍ରଣାଳୟ ସୂଚନା ପ୍ରଦାନ କରିଛି । ସୂଚନାଯୋଗ୍ୟ ଯେ, ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ୨୦୧୮ରୁ ଆରମ୍ଭ ହୋଇଛି । ସାଧାରଣତଃ ଏହି ଆଲୋଚନା ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ସୀମିତ ରହିଥାଏ । କିନ୍ତୁ ଚଳିତ ବର୍ଷ ଅଭିଭାବକ ଓ ଶିକ୍ଷକ ମଧ୍ୟ ଏଥିରେ ସାମିଲ ହେବେ ।