ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ୩୨ ଦିନରେ : ଛାରଖାର ହେଲା ୟୁକ୍ରେନ୍‌

ନୂଆଦିଲ୍ଲୀ : ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ୩୨ ଦିନରେ ପହଂଚିଛି । ଛାରଖାର ହୋଇ ସାରିଛି ୟୁକ୍ରେନ୍‌ । ଏହି ସମୟରେ ପୋଲାଣ୍ଡରେ ପହଞ୍ଚିଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ବଡ଼ ଦାବୀ କରିଛନ୍ତି । ଖୁବ ଶୀଘ୍ର ପୁଟିନଙ୍କୁ କ୍ଷମତାରୁ ବହିଷ୍କାର କରାଯିବ ବୋଲି ସେ କହିଛନ୍ତି ।

ସୂଚନା ଯୋଗ୍ୟ, ରୁଷ ଆମେରିକା ରାଷ୍ଟ୍ରପତିଙ୍କ ବିବୃତ୍ତି ଉପରେ ଦୃଢ଼ ପ୍ରତିକ୍ରିୟା ଦେଇଛି । ରୁଷର ରାଷ୍ଟ୍ରପତି ହାଉସ୍ କ୍ରେମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ କହିଛନ୍ତି ଯେ, ପୁଟିନ କେତେ ଦିନ କ୍ଷମତାରେ ରହିବେ ତାହା ବାଇଡେନ ନିଷ୍ପତ୍ତି ନେବାକୁ କିଏ! ରୁଷର ଲୋକମାନେ ପୁଟିନଙ୍କୁ ରାଷ୍ଟ୍ରପତି କରିଛନ୍ତି । ସେ କହିଛନ୍ତି ଯେ, ରୁଷ ଏବଂ ଆମେରିକାର ସମ୍ପର୍କ ଉପରେ ବାଇଡେନଙ୍କ ବିବୃତ୍ତି ଗଭୀର ପ୍ରଭାବ ପକାଇବ ।

ଅନ୍ୟପକ୍ଷରେ, ଆମେରିକାର ହ୍ୱାଇଟ ହାଉସ ବାଇଡେନଙ୍କ ବିବୃତ୍ତି ବିଷୟରେ ସ୍ପଷ୍ଟ କରିଛି ଯେ, ପୁଟିନଙ୍କୁ ହଟାଇବାକୁ ଆମେରିକା ଚାହୁଁନାହିିଁ।