ସରୋଜ କୁମାର ମିଶ୍ର ଜଗତସିଂହପୁର ନୂଆ ଜିଲ୍ଲାପାଳ

ଭୁବନେଶ୍ବର (ଏସ୍ ନ୍ଯୁଜ): ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ସରୋଜ କୁମାର ମିଶ୍ର ଦାୟିତ୍ୱ ନେଇଛନ୍ତି । ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସରୋଜ କୁମାର ମିଶ୍ରଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ। ଅଧିକାରୀମାନେ ନୂଆ ଜିଲ୍ଲାପାଳଙ୍କ ସ୍ବାଗତ କରିଥିଲେ।

ଏଥିସହିତ ନିର୍ବାଚନକୁ କିଭଳି ଅବାଧ ଓ ନିରପେକ୍ଷ କରାଯାଇ ପାରିବ ସେ ଦିଗରେ ଦୃଷ୍ଟି ଦେବେ ବୋଲି କହିଛନ୍ତି। ତେବେ ଜିଲ୍ଲାପାଳଙ୍କ ବଦଳି ନେଇ କଂଗ୍ରେସ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା। ଜିଲ୍ଲାରୁ ଗତକାଲି ସଂଗ୍ରାମ କେଶରୀ ମହାପାତ୍ରଙ୍କ ବଦଳି କରାଯାଇଥିଲା।