ଭୁବନେଶ୍ୱର : ମାନସ ସ୍ୱାଇଁ ହତ୍ୟା କାଣ୍ଡର ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ରାଉତ ଗିରଫ ହୋଇଛନ୍ତି । ଭଦ୍ରକ ପୋଲିସ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ କୁ ଭଦ୍ରକ ଜିଲା ନାଲାଙ୍ଗ ଅଂଚଳରୁ ଗିରଫ କଲା ସ୍ୱତନ୍ତ୍ର ଟିମ । ଉଭୟଙ୍କୁ ଚାନ୍ଦବାଲି ଯଂଫାସି ହଜାର କରାଯିବ । ୧୦ ବଦିନା ରିମାଇଣ୍ଡ ରେ ନବା ପାଇଁ ଆବେଦନ କରିଛି କ୍ରାଇମବ୍ରାଂଚ ।
ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ଶର୍ମିଷ୍ଠାଙ୍କୁ ଗିରଫ କରାଯାଇଛି । ଭଦ୍ରକର ନାଳଙ୍ଗ ଅଞ୍ଚଳରୁ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଗିରଫ କରାଯାଇଛି । ଉଭୟ ଶର୍ମିଷ୍ଠା ଓ ଝୁନା ଭୋଇଙ୍କୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରାଯିବ । ଉଭୟଙ୍କୁ ୧୦ ଦିନିଆ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ମିଳିଛି । ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଗିରଫ କରାଯିବା ପରେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି । ପୂର୍ବରୁ ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି । ସେହିଭଳି ଆଶ୍ରମର କେୟାରଟେକରଙ୍କୁ ମଧ୍ୟ ଅଟକ ରଖିଛି କ୍ରାଇମବ୍ରାଞ୍ଚ