ଛତୁ ଓ ଲେମ୍ବୁ ଉତ୍ପାଦନ ରେ ଓଡିଶା ୧ ନମ୍ବର ରାଜ୍ୟ

ଭୁବନେଶ୍ୱର: ଛତୁ ଓ ଲେମ୍ବୁ ଉତ୍ପାଦନ ରେ ଓଡିଶା ୧ ନମ୍ବର ରାଜ୍ୟ ହୋଇଛି ଓ ବାଇଗଣରେ ଦୁଇ ନମ୍ବରରେ ରହିଛି । ସେହିପରି ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଓଡିଶା ଚର୍ତୁଥ ସ୍ଥାନରେ ରହିଛି । ବିଦେଶ କୁ ୭୦୦ ମେଟ୍ରିକ ଟନ ଚାଉଳ ପଠା ଯାଉଥିବା ବେଳେ ଆଗକୁ ୧ ହଜାର ମେଟ୍ରିକ ଟନ ଚାଉଳ ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏନେଇ ବିଧାନସଭାର ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଅରୁଣ ସାହୁ ଉତ୍ତର ଦେଇଛନ୍ତି ।