ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ରୁଷ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ : ଭାରତ ଗସ୍ତରେ ଥିବା ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋବଙ୍କୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଓ ଲାବରୋବଙ୍କ ମଧ୍ୟରେ ଦୀର୍ଘ ୪୦ ମିନିଟ ଧରି କଥାବାର୍ତ୍ତା ଚାଲିଥିଲା । ଏହି ସାକ୍ଷାତକାରରେ ସେ କହିଥିଲେ ଯେ, ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧକୁ ଶେଷ କରିବାକୁ କହିଥିଲେ । ଅନ୍ୟପକ୍ଷରେ ଶାନ୍ତି ସ୍ଥାପନ ପ୍ରକ୍ରିୟାରେ କୌଣସି ପ୍ରକାରର ଯୋଗଦାନ ପାଇଁ ଭାରତ ପ୍ରସ୍ତୁତ ଥିବା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ସୂଚନାଯୋଗ୍ୟ ଯେ ଏହି ବୈଠକ ଏଭଳି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ରୁଷିଆରୁ ଅଶୋଧିତ ତୈଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣକୁ ନେଇ ଭାରତ ଆନ୍ତର୍ଜାତୀୟ ଚାପର ସମ୍ମୁଖୀନ ହେଉଛି । ଏହା ପୂର୍ବରୁ ସର୍ଗେଇ ଲାବରୋବ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କୁ ମଧ୍ୟ ଭେଟିବା ସହ ଦୁଇ ଦେଶ ମଧ୍ୟରେ ଆଲୋଚନା କରାଯାଇଥିଲା ।

ଅନ୍ୟପକ୍ଷରେ ରୁଷ ବୈଦେଶିକ ମନ୍ତ୍ରୀ ବୈଠକ ପୂର୍ବରୁ କହିଛନ୍ତି ଯେ ଯଦି ଭାରତ କିଛି କିଣିବାକୁ ଚାହୁଁଛି ତେବେ ରୁଷ ଭାରତକୁ ତୁରନ୍ତ ଯୋଗାଇ ଦେବାକୁ ପ୍ରସ୍ତୁତ ।