ଶ୍ରୀଲଙ୍କାରେ ଏମର୍ଜେନ୍ସୀ ଘୋଷଣା

କଲମ୍ବୋ : ଶ୍ରୀଲଙ୍କାର ବର୍ତ୍ତମାନ ଆର୍ଥିକ ପରିସ୍ଥିତି ବହୁତ ଖରାପ ଦେଖାଯାଇଛି । ଏହାରି ମଧ୍ୟରେ ଦେଶର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଦେଶର ସୁରକ୍ଷା ଓ ଆବଶ୍ୟକ ସେବା ଯୋଗାଇବାର ରକ୍ଷଣାବେକ୍ଷଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ଗତ ୧ରୁ ଲାଗୁ ହୋଇଛି ।

ରାଷ୍ଟ୍ରପତି ଓ ତାଙ୍କ ସରକାରଙ୍କ ବିରୋଧରେ ଶ୍ରୀଲଙ୍କାରେ ବିକ୍ଷୋଭ ଓ ପ୍ରଦର୍ଶନ ଜାରିଥିବା ବେଳେ ଏଭଳି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ସେହିପରି ଦେଶରେ ଆର୍ଥିକ ପରିସ୍ଥିତି ଭଲ ନାହିଁ । ଅନ୍ୟପକ୍ଷରେ ଜନସାଧାରଣ ରାଷ୍ଟ୍ରପତିଙ୍କ ବାସଭବନ ଆଗରେ ବିକ୍ଷୋଭ ଓ ପ୍ରଦର୍ଶନ ପ୍ରଦର୍ଶନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁରୁବାର ରାଷ୍ଟ୍ରପତିଙ୍କ ନିବାସ ସାମ୍ନାରେ ହିଂସକ ପ୍ରଦର୍ଶନ ମଧ୍ୟ ହୋଇଥିଲା । ପୋଲିସ ମଧ୍ୟ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଉପରେ ୱାଟର ମାଡ ଓ ଲାଠି ଚାଳନା ମଧ୍ୟ କରିଥିଲେ ।