ଇମ୍ରାନଙ୍କ ଗାଦି ସମ୍ଭାଳିବେ ସେହେବାଜ ସରିଫ!

ଇସଲାମାବାଦ : ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗାଦିଚ୍ୟୁତ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ସେହିପରି ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନଙ୍କ ସ୍ଥାନ କିଏ ନେବ ତାକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ଲାଗିରହିଛି । ତେବେ ଏହି ଚର୍ଚ୍ଚା ମଧ୍ୟରେ ସବୁଠି ଆଗରେ ରହିଛି ସହେବାଜ ସରିଫଙ୍କ ନାମ । ପାକିସ୍ତାନ ବିରୋଧୀ ଦଳର ନେତା ଥିବା ସରିଫ ହିଁ ଇମ୍ରାନଙ୍କ ପରେ ଗାଦି ସମ୍ଭାଳିପାରନ୍ତି ବୋଲି ଆଶା କରାଯାଉଛି ।

ପାକିସ୍ତାନ ରାଜନୀତିରେ ଜଣେ ଜଣାଶୁଣା ନାଁ ସେହେବାଜ ସରିଫ ବର୍ତ୍ତମାନ ବିରୋଧୀ ଦଳର ନେତା ରହିଛନ୍ତି । ଇମ୍ରାନ ସଂଖ୍ୟା ପ୍ରାମାଣ ଅଭାବରୁ କ୍ଷମତାଚ୍ୟୁତ ହେବା ପରେ ବିରୋଧୀ ହିଁ ଶାସନ କ୍ଷମତା ହାତେଇବେ ଏଥିରେ ସନ୍ଦେହ ନାହିଁ । ଏସବୁ ମଧ୍ୟରେ ସରିଫଙ୍କ ନାମ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ ଯେ, ସେହବାଜ ସରିଫ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଭାଇ । ନୱାଜ ଏବେ ଏକ ଦୂର୍ନୀତି ମାମଲାରେ ଛନ୍ଦି ହୋଇ ବିଦେଶରେ ଥିବାବେଳେ ବିରୋଧୀ ଦଳର ନେତା ରହିଛନ୍ତି ସେହେବାଜ ।