ରାଜ୍ୟରେ ପୁଣି ୧୬ ଜୀବନ ନେଲା କରୋନା

ଭୁବନେଶ୍ବର (ଏସ୍ ନ୍ଯୁଜ ): ରାଜ୍ୟରେ ୨୬୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୪୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ବାଲେଶ୍ୱରରୁ ସର୍ବାଧିକ ୪ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଖୋର୍ଦ୍ଧାରୁ ୩, କଟକରୁ ୨, ଅନୁଗୁଳ, ବୌଦ୍ଧ, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ, ପୁରୀ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପଟେ ୨୬୭୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୫୪ ଓ ସ୍ଥାନୀୟ ଅଞ୍ଚଳରୁ ୧୧୧୯ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୩୮ ହଜାର ୩କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ମୋଟ୍ ୨,୦୬,୪୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦,୬୧୦ ରହିଛି।

୩୦ ଜିଲ୍ଲାରୁ ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୨୧୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୩୫, ଗଞ୍ଜାମ ଜିଲ୍ଲାରୁ ୪୪, ବଲାଙ୍ଗୀର ଜିଲ୍ଲାରୁ ୯୩, ବାଲେଶ୍ବର ଜିଲ୍ଲାରୁ ୭୦, କୋରାପୁଟ ଜିଲ୍ଲାରୁ ୩୯, ଭଦ୍ରକରୁ ୯୭, ରାୟଗଡ଼ା ଜିଲ୍ଲାରୁ ୧୧, ପୁରୀ ଜିଲ୍ଲାରୁ ୧୨୪, ସୁନ୍ଦରଗଡ଼ ଜିଲ୍ଲାରୁ ୮୮, ଜଗତସିଂହପୁର ଜିଲ୍ଲାରୁ ୬୮, ସମ୍ବଲପୁର ଜିଲ୍ଲାରୁ ୭୩, କଳାହାଣ୍ଡି ଜିଲ୍ଲାରୁ ୭୭, ଯାଜପୁର ଜିଲ୍ଲାରୁ ୮୮, କନ୍ଧମାଳ ଜିଲ୍ଲାରୁ ୪୪, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫୧, ମାଲକାନଗିରି ଜିଲ୍ଲାରୁ ୩୨, ଗଜପତି ଜିଲ୍ଲାରୁ ୧୧, ମୟୂରଭଞ୍ଜ ଜିଲ୍ଲାରୁ ୧୦୦ , ଝାରସୁଗୁଡ଼ା ଜିଲ୍ଲାରୁ ୬୮, ଢେଙ୍କାନାଳ ଜିଲ୍ଲାରୁ ୩୬, ନବରଙ୍ଗପୁର ଜିଲ୍ଲାରୁ ୭୨, କେନ୍ଦୁଝର ଜିଲ୍ଲାରୁ ୫୧, ସୁବର୍ଣ୍ଣପୁର ଜିଲ୍ଲାରୁ ୬୯, ଅନୁଗୁଳ ଜିଲ୍ଲାରୁ ୧୨୬, ବରଗଡ଼ ଜିଲ୍ଲାରୁ ୬୮, ନୂଆପଡ଼ା ଜିଲ୍ଲାରୁ ୧୫୯, ଦେବଗଡ଼ରୁ ୧୮ ଓ ବୌଦ୍ଧ ଜିଲ୍ଲାରୁ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୮୬ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।