ଗୃହରେ ବିରୋଧୀଙ୍କ ନାରାବାଜି

ଭୁବନେଶ୍ବର( ଏସ୍ ନ୍ଯୁଜ): ବିଧାନସଭାରେ ବିଜେପି ସଦସ୍ୟଙ୍କ ହଟଗୋଳ ଓ ନାରାବାଜି । ପିମ୍ କିଷାନ ମୁଲତବୀ ନୋଟିସ ଗ୍ରହଣ ହୋଇନଥିବାରୁ ଗୃହରେ ହଟଗୋଳ କରିଛନ୍ତି ବିଜେପି ସଦସ୍ୟ । ସେହିପରି ଖଣି ଦୁର୍ନୀତି ପ୍ରସଙ୍ଗ ଆଲୋଚନାର ସୁଯୋଗ ଦେଉନଥିବାରୁ ଗୃହରେ ପ୍ରତିବାଦ କରିଛି ବିଜେପି ।

କହିବାକୁ ସୁଯୋଗ ନଦେଲେ ଗୃହ ଚଳାଇଦେବୁନି ବୋଲି କହିଛନ୍ତି ବିରୋଧିଦଳ ନେତା । ପିଏମ୍ କିଶାନ ତଥ୍ୟ ହିସାବ ରଖିବା ପାଇଁ ଅସୁବିଧା କେଉଁଠି ବୋଲି କହିଛନ୍ତି ବିରୋଧି ଦଳ ନେତା ।

ସେହିପରି ଗୃହରେ ଉଠିଲା ଭାରତ ଚାଇନା ପ୍ରସଂଗ। ବିଧାୟକ ତାରା ପ୍ରସାଦ ବାହିନୀପତି ଉଠାଇଲେ ପ୍ରସଙ୍ଗ।

ଭାରତ ଚାଇନା ସମ୍ପର୍କ ଯେଭଳି ଅଛି ତାହା ସମସ୍ତେ ଜାଣିଛନ୍ତି। ଚାଇନା ଆପକୁ ମଧ୍ୟ ଭାରତ ସରକାର ବ୍ୟାନ କରିଛନ୍ତି। ଚାଇନା ସାମଗ୍ରୀ ବ୍ୟବହାର ନ କରିବାକୁ ସରକାର ଆହ୍ୱାନ ଦେଇଛନ୍ତି। ସମସ୍ତେ ଦଳ ମତ ନିର୍ବିଶେଷରେ ତାକୁ ସ୍ୱାଗତ କରିଛନ୍ତି। ସେପଟେ ଭାରତ ସରକାର ପାରାଦୀପ ବନ୍ଦରରୁ ଲୁହାପଥର ନେବାକୁ ଚାଇନାକୁ ଅନୁମତି ଦେଇଛନ୍ତି। ଲୁହାପଥର ନେଇ ସରଞ୍ଜାମ ତିଆରି କରି ଚାଇନା ଭାରତ କୁ ଆକ୍ରମଣ କରିବ। ପାରାଦୀପରୁ ୯୩୫ ଟନ ଓ ଗୋପାଳପୁର ରୁ ୩୨୫ ଟନ ଦୈନିକ ଯୋଗାଣ ପାଇଁ କୁହାଯାଇଛି। କିନ୍ତୁ ବାସ୍ତବରେ ହଜାର ହାଜର ଟନ ଯାଉଛି।

ଖଣି ନିଲାମ ଅବଧି ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ। ୨୦୧୫ ରେ ଲିଜ ଅବଧି ସରୁଥିବା ଖଣିର ଅବଧି ବୃଦ୍ଧି ପାଇଁ କେନ୍ଦ୍ର ସରକାର ଚିଠି ଲେଖିଥିବା କହିଲେ ତାରା ବାହିନୀପତି।