ନୂଆଦିଲ୍ଲୀ : ହଲିଉଡ ଷ୍ଟାର ୱିଲ ସ୍ମିଥଙ୍କୁ ଓସ୍କାରରୁ ୧୦ ବର୍ଷ ପାଇଁ ବାସନ୍ଦ କରାଯାଇଛି । ସୂଚନାଯୋଗ୍ୟ ଯେ, ୯୪ ତମ ଏକାଡେମୀ ଆୱାର୍ଡରେ ୱିଲ କ୍ରିସ୍ ରକଙ୍କୁ ମଞ୍ଚରେ ଚାପୁଡ଼ା ମାରିଥିଲେ । ଏହି ଚାପୁଡା ଏବେ ୱିଲଙ୍କୁ ମହଙ୍ଗା ପଡିଛି । ଏନେଇ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ସ ଆର୍ଟ ଆଣ୍ଡ ସାଇନ୍ସର ଆୟୋଜକମାନେ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି । ଯାହା ତାଙ୍କୁ ୧୦ ବର୍ଷ ପାଇଁ ଓସ୍କାରରୁ ବାସନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଏହି ଘଟଣା ପରେ ୱିଲ ନିଜେ ବି ଏକାଡେମୀରୁ ଇସ୍ତଫା ଦେଇଥିଲେ ।