ଚେନ୍ନାଇ: ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚାଲିଥିବା ବିବାଦ ଏବେ ଶାନ୍ତ ପଡିଛି । ରାଜ୍ୟରେ ୨୦୨୧ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଏଡାପାଡି କେ ପାଲାନିସ୍ୱାମୀଙ୍କ ନାମ ଘୋଷଣା କରାଯାଇଛି । ଘୋଷଣା କଲା ଏଆଇଏଡିଏମକେ ଏହି ନାମ ଘୋଷଣା କରିଛି।
ସୂଚନା ଅନୁସାରେ ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ, ଏନେଇ ମୁଖ୍ୟମନ୍ତ୍ରୀ ଇ.ପାଲାନିସ୍ୱାମୀ କ୍ୟାମ୍ପ ଓ ଉପମୁଖ୍ୟମନ୍ତ୍ରୀ ଓ.ପନିରସେଲଭମଙ୍କ କ୍ୟାମ୍ପ ମଧ୍ୟରେ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଆଜି ଦଳୀୟ ବୈଠକରେ ଉଭୟ ପଲାନିସ୍ୱାମୀ ଏବଂ ଓ.ପନିରସେଲଭମଙ୍କ ଉପସ୍ଥିତିରେ ଏହି ଘୋଷଣା କରାଯାଇଥିବା ଜଣା ପଡ଼ିଛି।
ଚେନ୍ନାଇର ପାର୍ଟି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ସହ ଏଡାପାଡି କେ ପାଲାନିସ୍ୱାମୀ ୧୧ ଜଣିଆ ପରିଚାଳନା କମିଟି ଗଠନ କରିଥିଲେ, ଯେଉଁଥିରେ ଓ.ପନିରସେଲଭମ କ୍ୟାମ୍ପରୁ ୬ଜଣ ସଦସ୍ୟ ରହିଥିବା ଜଣାପଡ଼ିଛି। ଏଆଇଏଡିଏମକେ ପରିଚାଳନା କମିଟିର ସଦସ୍ୟମାନେ ହେଉଛନ୍ତି ଦିଣ୍ଡିଗୁଲ ଶ୍ରୀନିବାସନ୍, ଥଙ୍ଗମଣି, ଏସପି ଭେଲୁମାନି, ଡି ଜୟକୁମାର, ସିଭି ଶାନମୁଗମ୍, କାମରାଜ, ଜେସିଡି ପ୍ରଭାକରନ୍, ମନୋଜ ପାଣ୍ଡିଆନ୍, ପା ମୋହନ, ଗୋପାଳକୃଷ୍ଣନ୍ ଏବଂ ଟି ମାଣିକମ୍ |