ମୁଖ୍ୟମନ୍ତ୍ରୀ ଙ୍କ ସଚିବ ଶ୍ରୀ ଭି କେ ପାଣ୍ଡିଆନ ନୀଳମାଧବ ପୀଠ ପରିଦର୍ଶନ କଲେ
> ଉନ୍ନତି କରଣ କାମ ସମ୍ପର୍କରେ ସ୍ଥାନୀୟ ଲୋକ ଓ ସେବାୟତ ଙ୍କ ସହିତ ଆଲୋଚନା >ଖୁଵ ଶୀଘ୍ର ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପିତ କରାଯିବ.
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି କେ ପାଣ୍ଡିଆନ #କଣ୍ଟିଲୋ ନୀଳମାଧଵ ପୀଠ ପରିଦର୍ଶନ କରି …
ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ (5T) ଶ୍ରୀ ଭି କେ ପାଣ୍ଡିଆନ ଆଜି କଣ୍ଟିଲୋ ନୀଳମାଧଵ ପୀଠ ପରିଦର୍ଶନରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୀଠର ଉନ୍ନତି ସମ୍ପର୍କରେ ସ୍ଥାନୀୟ ଲୋକ ଓ ସେବାୟତ ମାନଙ୍କ ସହିତ ଆଲୋଚନା କରିଥିଲେ।
ନୟାଗଡ ଜିଲ୍ଲାର କଣ୍ଟିଲୋ ଏକ ପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ. ମହାନଦୀ କୂଳରେ ନୀଳମାଧଵ ପୀଠର ଶୋଭା ଅତ୍ୟନ୍ତ ମନୋରମ. .5T କାର୍ଯ୍ୟକ୍ରମ ରେ ଏହି ପୀଠର ବିକାଶ କରି ଅଧିକ ପର୍ଯ୍ୟଟକ ଙ୍କୁ ସେଠାକୁ କିପରି ଆକୃଷ୍ଟ କରାଯାଇପାରିବ , ସେ ସମ୍ପର୍କରେ ସରକାର ପଦକ୍ଷେପ ନେଉଛନ୍ତି।
ଏହା ସହିତ ଏଠାକୁ ଆସୁଥିବା ଭକ୍ତ ମାନଙ୍କ ସୁବିଧା ପାଇଁ ମଧ୍ୟ ବିଭିନ୍ନ ସୁବିଧା ସୁଯୋଗ ର ବିକାଶ କରାଯିବ।
Works Secy VV Yadav and Secretary to CM (#5T) VK Pandian visited Kantilo in Nayagarh to review ongoing development works around Nilamadhab Temple. The officials also discussed & reviewed various issues with the district officials including status of the ongoing development works. pic.twitter.com/NPwGiH2tLy
— MoSarkar 5T (@MoSarkar5T) April 14, 2022
ଏଥି ନିମନ୍ତେ ଖୁଵ ଶୀଘ୍ର ଏକ ମାଷ୍ଟର ପ୍ଲାନ କରାଯାଇ ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ ବୋଲି ଜଣା ଯାଇଛି।
ଏଥି ପାଇଁ ପୂର୍ତ୍ତ ବିଭାଗ କୁ ଦାଇତ୍ୱ ଦିଆଯାଇଛି.ଏହି କାର୍ଯ୍ୟକ୍ରମ ର ସଫଳ କାର୍ଯ୍ୟକାରିତା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା।
ଏହି ପରଦର୍ଶନ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ବି. ବି ଯାଦବ , ନୟାଗଡ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।