ଲୁଇସ୍ ଗ୍ଲୁକଙ୍କୁ ସାହିତ୍ୟ ପାଇଁନୋବେଲ

ଷ୍ଟକହୋମ: ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆମେରିକାର କବୟିତ୍ରୀ ଲୁଇସ ଗ୍ଲୁକ୍‌ ଚଳିତ ବର୍ଷ ନୋବେଲ ପୁରସ୍କାର ପାଇବେ। ନୋବେଲ ପୁରସ୍କାର କମିଟି ଲୁଇସଙ୍କ ନାଁରେ ମୋହର ମାରିଛି।

ଲୁଇସି ୧୯୬୮ରେ ସାହିତ୍ୟ ଜଗତରେ ପାଦ ଦେଇ ପାଷ୍ଟବର୍ଣ୍ଣ ଲେଖିଥିଲେ। ଏହା ରାତାରାତି ଲୋକଙ୍କୁ ପସନ୍ଦ ଆସିଥିଲା। ଏହାପରେ ଲୁଇସ ଆମେରିକାରେ ଲୋକପ୍ରିୟତା ହାସଲ କରିଥିଲେ। ନୋବେଲ ପୁରସ୍କାର କମିଟିର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ କୁହାଯାଇଛି ଯେ ୨୦୨୦ ବର୍ଷ ପାଇଁ ଆମେରିକା କବି ଲୁଇସ ଗ୍ଲୁକଙ୍କୁ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ମିଳିବ। ସେ ବ୍ୟକ୍ତିର ଅସ୍ତିତ୍ୱ ସମ୍ପର୍କରେ ଚମତ୍କାର କବିତା ରଚନା କରିଛନ୍ତି।