ଖରାଦିନେ ଆମ୍ବଠାରୁ ଭଲ ଫଳ ଆଉ କିଛି ହୋଇନପାରେ। କେହି କେହି ପାଚିଲା ଆମ୍ବ ଖାଇବାକୁ ପସନ୍ଦ କରନ୍ତି ତ ପୁଣି କେହି ତାହାକୁ ଜୁସ୍ କରି ପିଇବାକୁ ଭଲପାଆନ୍ତି। ଆମ୍ବ ଜେଲି, ଆମ୍ବସଢ଼ା ଆଦି ବିଭିନ୍ନ ପ୍ରକାରର ଖାଦ୍ୟ ରହିଛି ଆମ୍ବକୁ ନେଇ। ଆମ୍ବ ଖାଇବା ଦ୍ବାରା ହଜମ ଶକ୍ତି ବୃଦ୍ଧି ପାଇଥାଏ। କମ୍ ବ୍ୟବଧାନରେ ଭୋକ ଲାଗିଥାଏ। ଭୋକ ଠିକ୍ ସମୟରେ ଲାଗୁଥିବା ଲୋକ ସାଧାରଣତଃ ନିରୋଗୀ। ଆମ୍ବ ଆଖି ପାଇଁ ଖୁବ୍ ଭଲ୍ ହୋଇଥାଏ। କେବଳ ସେତିକି ନୁହେଁ, ଆମ୍ବ ଖାଇବା ଦ୍ବାରା ତ୍ବଚା ଚିକ୍କଣ ରହିଥାଏ।
ଲୋକେମାନେ ଅଧିକାଂଶ ମଧୁମେହ ରୋଗୀ ଭାବିଥାନ୍ତି ଆମ୍ବ ରକ୍ତରେ ଶର୍କରା ଭାଗକୁ ବଢ଼ାଇ ଥାଏ। ମଧୁମେହ ରୋଗୀମାନେ ବି ଆମ୍ବ ଖାଇପାରିବେ, କିନ୍ତୁ ଏଥିଲାଗି ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଜରୁରୀ। ପ୍ରଚୁର ଆମ୍ବ ଖାଉଥିବା ବ୍ୟକ୍ତିଙ୍କ ଭିତରେ କର୍କଟ ହେବାର ସମ୍ଭାବନା ଖୁବ୍ କମ୍ ଥାଏ। ଏହା ତ୍ବଚା ଭଲ ରଖିବା ସହ କେଶ ପାଇଁ ବି ଖୁବ୍ ଭଲ ହୋଇଥାଏ।