ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଜୟରାମ ଠାକୁର

ହିମାଚଳ ପ୍ରଦେଶ ବିଧାନସଭା ଗେଟେ ଉପରେ ଖାଲିସ୍ତାନୀ ପତାକା ଲଗାଇବା ଘଟଣାକୁ ନେଇ ଚର୍ଚ୍ଚା….

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ବିଧାନସଭା ଗେଟେ ଉପରେ ଖାଲିସ୍ତାନୀ ପତାକା ଲଗାଇବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାମଧ୍ୟରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଖଲିସ୍ତାନ ମାମଲାକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ସେହିପରି ମେ’ ୩୧ ତାରିଖରେ ହିମାଚଳ ପ୍ରଦେଶ ଆସିବାକୁ ଜୟରାମ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ମଧ୍ୟ କରିଥିବା ଜଣାପଡିଛି । ଖଲିସ୍ତାନ ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ଜୟରାମ କହିଛନ୍ତି ଯେ ଦେବଭୂମି ହିମାଚଳର ପରିବେଶକୁ ଖରାପ କରୁଥିବା ଲୋକଙ୍କୁ ସହ୍ୟ କରାଯିବ ନାହିଁ । ଧର୍ମଶାଳା ବିଧାନସଭାରେ ହୋଇଥିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଜିନ୍ଦ୍ର ସିଂହଙ୍କୁ ପଞ୍ଜାବରୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ବିଧାନସଭାରେ ଖାଲିସ୍ତାନୀ ପତାକା ଲଗାଇଥିବା ଘଟଣାକୁ ସ୍ୱୀକାର କରିଛନ୍ତି । ହିମାଚଳ ଓ ପଞ୍ଜାବ ପୁଲିସର ସଂଯୁକ୍ତ ପ୍ରୟାସ ବଳରେ ଅନ୍ୟଜଣେ ଅଭିଯୁକ୍ତ ବିନୀତ ସିଂହଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯିବ ।