ରାଜଧାନୀରେ ଏନକାଉଣ୍ଟର, ପୋଲିସ ଗୁଳିରେ ଆହତ ହେଲା ଦୁର୍ଦ୍ଦାନ୍ତ ଅପରାଧୀ
ରାଜଧାନୀରେ ପୋଲିସର ଏନକାଉଣ୍ଟର । ଚକରା ବାରିକର ଡାହାଣ…
ଭୁବନେଶ୍ୱର: ରାଜଧାନୀରେ ପୋଲିସର ଏନକାଉଣ୍ଟର । ଚକରା ବାରିକର ଡାହାଣ ଗୋଡ଼ରେ ବାଜିଛି ଗୁଳି, ତେବେ ତାକୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୂଯାୟୀ, ବୁଧବାର ବିଳମ୍ବିିତ ରାତିରେ ଚକରାକୁ ଧରିବାକୁ ଯାଇଥିବା ସମୟରେ ସ୍ଥାନୀୟ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ଚକରା ଏବଂ ତା’ର ସହଯୋଗୀ ସହ ମୁହାଁମୁହିଁ ହୋଇଥିଲା ପୋଲିସ । ଏହି ସମୟରେ ଚକରା ପୋଲିସ ଉପରକୁ ବୋମାମାଡ଼ ଓ ଗୁଳି ଚଳାଇଥିଲା । ଜବାବରେ ପୋଲିସ ମଧ୍ୟ ଏନକାଉଣ୍ଟର କରିଥିଲା । ଏନକାଉଣ୍ଟରେ ଚକରାର ଡାହାଣ ଗୋଡ଼ରେ ଗୁଳି ବାଜିଥିବାବେଳେ ତା’ର ସହଯୋଗୀ ଖସିପଳାଇବାରେ ସଫଳ ହୋଇଥିଲା । ତେବେ ଏହି ଏନକାଉଣ୍ଟରବେଳେ ଚକରା ବୋମାମାଡ଼ରେ ୨ ପୋଲିସ ଆହତ ହୋଇଛନ୍ତି ।