ରେଳଯାତ୍ରୀଙ୍କ ଲାଗି ମାସ୍କ ବାଧ୍ୟତାମୂଳକ

ରେଳଯାତ୍ରାଙ୍କ ଲାଗି ପୁଣିଥରେ ମାସ୍କ ବାଧ୍ୟତାମୂଳକ କରାଯାଇଛି…

ନୂଆଦିଲ୍ଲୀ: ରେଳଯାତ୍ରାଙ୍କ ଲାଗି ପୁଣିଥରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଏବେ ପୁଣି ରେଳଯାତ୍ରାଙ୍କ କରୋନା ନିୟମ ପାଳନ କରିବାକୁ ପଡିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳଯାତ୍ରା ସମୟରେ ଯାତ୍ରୀଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରାଯାଇଛି ବୋଲି ରେଲୱେ ପକ୍ଷରୁ କୁହାଯାଇଛି । ଏନେଇ ରେଲୱେ ବୋର୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକ ନୀରଜ ଶର୍ମା ସବୁ ଜୋନର ଚିଫ କମର୍ସିଆଲ ମ୍ୟାନେଜରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଯଦି କୌଣସି ଯାତ୍ରୀ ବିନା ମାସ୍କରେ ଯାତ୍ରା କରନ୍ତି ତେବେ ତାଙ୍କଠାରୁ ଜୋରିମାନା ଲଗାଯିବ ବୋଲି ସୂଚନା ମିଳିଛି ବୋଲି ଜଣାପଡିଛି ।