ଓଡ଼ିଶାରେ କମିବ ବର୍ଷା, ବଢିବ ତାତି

ଆଗାମୀ ୧୨ ଘଣ୍ଟାରେ ଆହୁରି ଦୁର୍ବଳ ହେବ ଅବପାତ । ଓଡ଼ିଶାରେ ଉପରେ ଆଉ…

ଭୁବନେଶ୍ୱର: ଆଗାମୀ ୧୨ ଘଣ୍ଟାରେ ଆହୁରି ଦୁର୍ବଳ ହେବ ଅବପାତ । ଓଡ଼ିଶାରେ ଉପରେ ଆଉ ପଡ଼ିବ ନାହିଁ ବାତ୍ୟାର ପ୍ରଭାବ । ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ଧୀରେ ଧୀରେ ଦିନ ତାପମାତ୍ରା ବଢ଼ିବ । ତେବେ ଆଜି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣରୁ ବର୍ଷା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଏହା ସହ ସବୁ ବନ୍ଦର ଗୁଡ଼ିକରୁ ବିପଦ ସଂକେତ ହଟାଯାଇଛି । କିନ୍ତୁ ପରବର୍ତ୍ତୀ ସୂଚନା ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ମନା ହୋଇଛି ବୋଲି ସେ କହିଛନ୍ତି ।