ଚେନ୍ନାଇ ଦଳରୁ ବାଦ ପଡି ପାରନ୍ତି ଏହି ଷ୍ଟାର ଖେଳାଳି ।

ଚେନ୍ନାଇ ସୁପର କିଙ୍ଗ୍ସ ଦଳରୁ ବାଦ ପଡି ପାରନ୍ତି ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା….

ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗ୍ସ ଦଳରୁ ବାଦ ପଡି ପାରନ୍ତି ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ଆହତଜନିତ କାରଣରୁ ଜାଡେଜା ଆଇପିଏଲ-୨୦୨୨ରୁ ବାହାରି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ଦୀପକ ଚହର ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାହାରି ସାରିଛନ୍ତି । ସୂଚନାଯୋଗ୍ୟ ଯେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ଫିଲ୍ଡିଂ ସମୟରେ ଜାଡେଜା ଆହତ ହୋଇଥିଲେ । ସେହିପରି ଆହତ କାରଣରୁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ ମଧ୍ୟ ଖେଳିନଥିଲେ ଜାଡେଜା । କିନ୍ତୁ ଏବେ ସେ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡି ପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ଜଣାପଡିଛି ।