ବିଦେଶ ଭ୍ରମଣ କରୁଛନ୍ତି କି : ୯ ମାସ ପୂର୍ବରୁ ନିଅନ୍ତୁ ବୁଷ୍ଟର ଡୋଜ
ବୁଷ୍ଟର ଡୋଜକୁ ନେଇ କେନ୍ଦ୍ର ସରକାର ନିୟମ ବଦଳାଇଛନ୍ତି…
ନୂଆଦିଲ୍ଲୀ: ବୁଷ୍ଟର ଡୋଜକୁ ନେଇ କେନ୍ଦ୍ର ସରକାର ନିୟମ ବଦଳାଇଛନ୍ତି । ବିଦେଶ ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କୁ ଆଉ ବୁଷ୍ଟର ଡୋଜ ପାଇଁ ୯ ମାସ ଅପେକ୍ଷା କରିବାକୁ ପଡିବନି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟା ସୂଚନା ଦେଇଛନ୍ତି । ଏହି ସୁବିଧା ଖୁବଶୀଘ୍ର କୋଭିନ ପୋର୍ଟାଲରେ ମଧ୍ୟ ଉପଲବ୍ଧ ହେବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ପରାମର୍ଶଦାତା ସମୂହ ଗତ ସପ୍ତାହରେ ବିଦେଶ ଯାତ୍ରା କରିବାକୁ ଚାହୁଁଥିବା ଲୋକ ୯ ମାସ ପୂର୍ବରୁ ବୁଷ୍ଟର ଡୋଜ ନେବାକୁ ନେଇ ସୁପାରିସ କରିଥିଲେ । ଦ୍ୱିତୀୟ ଡୋଜ ନେଇଥିବା ୧୮ ବର୍ଷରୁ ଉଦ୍ଧ୍ୱର୍ ସମସ୍ତ ଲୋକ ବୁଷ୍ଟର ଡୋଜ ନେଇପାରିବେ ।