ମନ୍ଦିର ପୁରୋହିତଙ୍କୁ ଜୀଅନ୍ତା ଜାଳିଦେଲେ ଦୁର୍ବୃତ୍ତ

ଜୟପୁର: ମନ୍ଦିର ପୁରୋହିତଙ୍କୁ ପେଟ୍ରୋଲ ଢ଼ାଳି ଜିଅନ୍ତା ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ।ପୁରୋହିତ ମନ୍ଦିର କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ଜମି ଉପରେ ଜବରଦଖଲକୁ ବିରୋଧ କରିବା କାରଣରୁ ଦୁର୍ବୃତ୍ତମାନେ ତାଙ୍କ ସହ ଏପରି ନାରକୀୟ କାଣ୍ଡ ଘଟାଇଛନ୍ତି।ରାଜସ୍ଥାନର କରୌଲି ଜିଲ୍ଲାରେ ୫୦ ବର୍ଷ ବୟସ୍କ ମନ୍ଦିର ପୁରୋହିତଙ୍କୁ ଦୁର୍ବୃତ୍ତ ଜାଳିଦେଇଛନ୍ତି ।

ରିପୋର୍ଟ ମୁତାବିକ , ମୃତ ମନ୍ଦିର ପୁରୋହିତ ବାବୁଲାଲ ବୈଷ୍ଣବ ଏବଂ ତାଙ୍କ ପରିବାର ଗାଁର ଏକ ରାଧା କୃଷ୍ଣ ମନ୍ଦିରର ରକ୍ଷଣାବେକ୍ଷଣ କରୁଥିଲେ । ମନ୍ଦିର ନାମରେ ଆବଣ୍ଟିତ ହୋଇଥିବା ଆଖପାଖ ଅଞ୍ଚଳର ଜମି ସେମାନଙ୍କ ଚାଷ ପାଇଁ ବ୍ୟବହାର କରୁଥିଲେ। ଗୁରୁବାର ଦିନ ପ୍ରାୟ ୧୦ଟା ବେଳେ ଅଭିଯୁକ୍ତ କୈଳାଶ କିଛି ଲୋକଙ୍କ ସହ ଆସି ସେହି ଜମିକୁ ଜବରଦଖଲକୁ ନେଇ ସେଠାରେ ସେଡ୍‌ ଲଗାଇବା ଆରମ୍ଭ କରିଥିଲେ। ଯେତେବେଳେ ବୈଷ୍ଣବ ଏହାର ବିରୋଧ କଲେ, ସେମାନେ ବୁକନା ଗ୍ରାମରେ ତାଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ଜୟପୁରର ଏସଏମଏସ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଗୁରୁବାର ରାତିରେ ତାଙ୍କର ପରାଲୋକ ହୋଇ ଯାଇଥିଲା।