ପାକିସ୍ତାନକୁ ତଥ୍ୟ ଯୋଗାଇ‘ହାଲ୍’ର କର୍ମଚାରୀ ଗିରଫ

ନାସିକ : ଭାରତର ଲଢୁଆ ବିମାନ କାର୍ଯ୍ୟକ୍ରମ ସମ୍ପର୍କରେ ଗୋପନ ତଥ୍ୟ ଆଇଏସଆଇକୁ ଯୋଗାଇ ‘ହାଲ୍’ର ଜଣେ କର୍ମଚାରୀ ଗିରଫ । ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ (ହାଲ୍)ର ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଗୋପନ ତଥ୍ୟ ଯୋଗାଉଥିବା ଅଭିଯୋଗ ହୋଇଛି ।ଏନେଇ ‘ହାଲ୍’ର ଜଣେ କର୍ମଚାରୀଙ୍କୁ ମହାରାଷ୍ଟ୍ରର ଆଣ୍ଟି-ଟେରରିଷ୍ଟ ସ୍କ୍ବାଡ ଗିରଫ କରିଛି ।

ନାସିକରେ ନିର୍ମାଣକରାଯାଉଥିବା ଭାରତର ଆଗାମୀ ଲଢୁଆ ବିମାନ ପ୍ରକଳ୍ପ, ବର୍ତ୍ତମାନ ନିର୍ମାଣ କରାଯାଉଥିବା ଲଢୁଆ ବିମାନ ଆଦି ସଂପର୍କରେ ସେ ତଥ୍ୟ ଯୋଗାଉଥିଲା ବୋଲି ଏଟିଏସ କହିଛି ।

ସୂଚନା ଅନୁସାରେ ଭାରତ ଏକ ୫ମ ପୀଢିର ଲଢୁଆ ବିମାନ ନିର୍ମାଣ ପାଇଁ ଯୋଜନା କରୁଛି । ନାସିକର ଓଝାରଠାରେ ହାଲର ଏକ କାରଖାନା ରହିଛି । ତାହା ନିକଟରେ ଏକ ଲଢୁଆ ବିମାନ ଘାଟି ମଧ୍ୟ ରହିଛି । ଏହି ବିମାନ ଘାଟିରେ ହାଲ ନିଜର ବିମାନଗୁଡ଼ିକର ପରୀକ୍ଷଣ କରିଥାଏ । ତାକୁ ଜେରା ବେଳେ ସେ ଆଇଏସଆଇ ଏଜେଣ୍ଟମାନଙ୍କ ସହ ନିୟମିତଭାବେ ଯୋଗାଯୋଗରେ ରହୁଥିଲା ଓ କ୍ଲାସିଫାଏଡ ବା ଗୋପନୀୟ ତଥ୍ୟ ଯୋଗାଉଥିଲା ବୋଲି ସ୍ବୀକାର କରିଛି ।