ଆଜି ଚନ୍ଦ୍ରଗ୍ରହଣ

ଆଜି ମେ’ ୧୬ ତାରିଖ ବୁଦ୍ଧ ପୂର୍ଣ୍ଣିମା । ଭାରତୀୟ ସମୟ ଅନୁସାରେ…

ନୂଆଦିଲ୍ଲୀ: ଆଜି ମେ’ ୧୬ ତାରିଖ ବୁଦ୍ଧ ପୂର୍ଣ୍ଣିମା । ଭାରତୀୟ ସମୟ ଅନୁସାରେ ସକାଳ ୭ଟା ୨ ମିନିଟରେ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇଛି । ଏହା ରାତି ୧୨ଟା ୨୦ ମିନିଟରେ ଶେଷ ହେବ । ଏନେଇ ବୈଜ୍ଞାନିକ ମାନେ ସୂଚନା ଦେଇଥିବା ବେଳେ ଏହା ଭାରତରେ ଦୃଶ୍ୟମାନ ହେବନାହିଁ ବୋଲି କୁହାଯାଇଛି । ଯେତେବେଳେ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଆସେ । ତାହାକୁ ଚନ୍ଦ୍ରଗ୍ରହଣ ବୋଲି କୁହାଯାଏ । ଆଜିର ଏହି ଚନ୍ଦ୍ରଗ୍ରହଣ ସମଗ୍ର ଉତ୍ତର, ଦକ୍ଷିଣ ଆମେରିକା, ୟୁରୋପ ଏବଂ ଆଫ୍ରିକାର କିଛି ଅଂଶରୁ ଦେଖାଯିବ ବୋଲି ସୂଚନା ରହିଛି ।