ନୂଆଦିଲ୍ଲୀ : ଶେଷରେ ୟୁକ୍ରେନ ସେନା ରୁଷିଆର ଶକ୍ତିଶାଳୀ ସେନା ଆଗରେ ଆତ୍ମସମର୍ପଣ କରିଛି । ଫଳରେ ରୁଷିଆର କବଜାରେ ମାରିୟୁପୋଲ ସହର ଆସିଛି । ଏହି ସହରରେ ଷ୍ଟିଲ କାରଖାନାର ସୁଡଙ୍ଗରେ ରହି ଆକ୍ରମଣ କରୁଥିବା ଶେଷରେ ୟୁକ୍ରେନ ସେନା ସେନା ରୁଷିଆ ସୈନିକଙ୍କ ଆଗରେ ଆତ୍ମସମର୍ପଣ କରିଛି । ଅନ୍ୟପକ୍ଷରେ ମାରିୟୁପୋଲକୁ ନିଜ ଅକ୍ତିଆରକୁ ଆଣିଛି ରୁଷ ସେନା । ସେହିପରି ମାରିୟୁପୋଲକୁ ବଞ୍ଚାଇବା ପାଇଁ ରୁଷିୟ ସେନା ବହୁ ଉଦ୍ୟମ କରିଥିଲେ । ମାରିୟୁପୋଲ ହେଉଛି ଶେଷରେ ୟୁକ୍ରେନ ସେନାର ଅନ୍ୟତମ ଗୁରୁତ୍ୱ ସହର । କିନ୍ତୁ କ୍ରୀମିୟାରେ ବିଶୁଦ୍ଧ ଜଳ କମ ମିଳିଥାଏ ।
ଏହି ପାଣି ମାରିୟୁପୋଲ ଦେଇ ନଦୀକୁ ପ୍ରବାହିତ ହୋଇଥାଏ । ୨୦୧୪ରେ କ୍ରୀମିୟା ଉପରେ ଜବରଦଖଲ ପରେ ୟୁକ୍ରେନ୍ ଏହି ନଦୀର ପାଣି ନାଳ ରାସ୍ତାରେ କ୍ରୀମିୟା ଯିବାକୁ ଅଟକାଇ ଦେଇଥିଲା । ଫଳରେ ସେଠାରେ ଜଳସଂକଟ ଦେଖାଯାଇଥିଲା । ଏବେ ମାରିୟୁପୋଲ ଉପରେ ଆଧିପତ୍ୟ ସହିତ କ୍ରୀମିୟାରେ ମଧୁର ଜଳର ସମସ୍ୟା ସବୁଦିନ ପାଇଁ ଶେଷ ହୋଇଯିବ ।