ଆଇପିଏଲ-୨୦୨୨: ପଏଣ୍ଟ ଟେବୁଲର ଦ୍ୱିତୀୟରେ ରାଜସ୍ଥାନ

latest crick IPL 2022 news Rajasthan are second in the points table

ମୁମ୍ବାଇ : ଆଇପିଏଲ-୨୦୨୨ର ୬୮ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଇଛି । ସ୍ଥାନୀୟ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିଥିଲା । ସିଏସକେ ୬ ୱିକେଟ୍‌ ହରାଇ ୧୫୦ ରନ୍‌ କରିଥିଲା । ଜବାବରେ ରାଜସ୍ଥାନ ୫ ୱିକେଟ୍‌ ବିନିୟମରେ ହାସଲ କରିଥିଲା ।

ଏହି ବିଜୟର ସହିତ ରାଜସ୍ଥାନ ପଏଣ୍ଟ ଟେବୁଲର ଦ୍ୱିତୀୟରେ ସ୍ଥାନରେ ପହଞ୍ଚିଛି । ରାଜସ୍ଥାନ ଲିଗ ପର୍ଯ୍ୟାୟରେ ୧୪ଟି ମ୍ୟାଚ ଖେଳି ୯ଟିରେ ବିଜୟ ହାସଲ କରିଛି ।

ଅପରପକ୍ଷେ ଚେନ୍ନାଇ ୧୪ଟି ମ୍ୟାଚ ଖେଳି ୪ଟିରେ ବିଜୟ ହାସଲ କରିବା ସହ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି । ସେହିପରି ପଏଣ୍ଟ ଟେବୁଲରେ ଗୁଜରାଟ ଟାଇଟନ୍ସ ଶୀର୍ଷରେ ରହିଛି ।