ନିଖୋଜ ଥିବା ସିଙ୍ଗରଙ୍କ ରାସ୍ତାକଡରୁ ମିଳିଲା ମୃତଦେହ
ଦୁଇ ସପ୍ତାହ ତଳେ ସେ ନିଖୋଜ ଥିବା ବେଳେ ତାଙ୍କ ମୃତଦେହ ଜାତୀୟ ରାଜପଥ ରାସ୍ତାକଡରୁ ମିଳିଛି…
ହରିଆନା: ନିଖୋଜ ଥିବା ମହିଳା ସିଙ୍ଗର ସଙ୍ଗୀତାଙ୍କ ମୃତଦେହ ଜାତୀୟ ରାଜପଥରୁ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, ଦୁଇ ସପ୍ତାହ ତଳେ ସେ ନିଖୋଜ ଥିବା ବେଳେ ତାଙ୍କ ମୃତଦେହ ଜାତୀୟ ରାଜପଥ ରାସ୍ତାକଡରୁ ମିଳିଛି । ଏଭଳି ଏକ ଘଟଣା ଘଟିଛି ହରିୟାଣାର ରୋହତକ ଜିଲ୍ଲାରେ । ଜଣାଶୁଣା ସିଙ୍ଗର ସଙ୍ଗୀତା ଦିଲ୍ଲୀରେ ରହୁଥିବାବେଳେ ମେ’ ୧୧ ତାରିଖରେ ପରିବାର ଲୋକେ ତାଙ୍କୁ ଶେଷଥର ପାଇଁ ଦେଖିଥିଲେ । ଏହାପରେ ତାଙ୍କର କୌଣସି ପତ୍ତା ମିଳିନଥିଲା । ଅନ୍ୟପକ୍ଷରେ ପରିବାର ଲୋକେ ସଙ୍ଗୀତାଙ୍କୁ ଅପହରଣ କରାଯାଇଥିବା ନେଇ ପୁଲିସରେ ମାମଲା ରୁଜୁ କରିଥିଲେ ।