ଗହମ ପରେ ଚିନି ରପ୍ତାନୀ ଉପରେ ଲାଗିବ ପ୍ରତିବନ୍ଧକ!

ଭାରତ ପରେ ବ୍ରାଜିଲ ବିଶ୍ୱର ସବୁଠାରୁ ଦ୍ୱିତୀୟ ବଡ଼ ଚିନି ଉତ୍ପାଦନକାରୀ…

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଚିନି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି । ଏକ ରିପୋର୍ଟ ଅନୁସାରେ ଦେଶରେ ଦର ବୃଦ୍ଧିକୁ ରୋକିବା ପାଇଁ ସରକାର ଚିନି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି । ସରକାର ବର୍ତ୍ତମାନ ସମୟର ରପ୍ତାନୀକୁ ୧୦ ମିଲିୟନ ଟନରେ ସୀମିତ କରିବାର ସମ୍ଭାବନା ରହିଛି । ସୂଚନା ଅନୁଯାୟୀ ଭାରତ ବିଶ୍ୱର ସବୁଠୁ ବଡ଼ ଚିନି ଉତ୍ପାଦକ ରାଷ୍ଟ୍ର ଅଟେ । ସେହିପରି ଚିନି ଉତ୍ପାଦନରେ ଭାରତ ପରେ ବ୍ରାଜିଲ ବିଶ୍ୱର ସବୁଠାରୁ ଦ୍ୱିତୀୟ ବଡ଼ ଚିନି ଉତ୍ପାଦନକାରୀ ରାଷ୍ଟ୍ର । ଭାରତରୁ ଚିନି ଆମଦାନୀ କରୁଥିବା ଦେଶମାନଙ୍କ ମଧ୍ୟରେ ଇଣ୍ଡୋନେସିଆ, ଶ୍ରୀଲଙ୍କା, ବାଂଲାଦେଶ, ସଂଯୁକ୍ତ ଆରବ ଏମିରେଟ୍ସ, ମାଲେସିଆ ଓ ଆଫ୍ରିକା ପ୍ରମୁଖ ରାଷ୍ଟ୍ର ଅଟନ୍ତି ।