ବିବାଦୀୟ ଟିପ୍ପଣୀକୁ ନେଇ ବିବାଦ ଘେରରେ ଗାଭାସ୍କର

ସିମରନ ହେଟମାୟର ବ୍ୟାଟିଂ ପାଇଁ ଆସିଲେ ସେହି ସମୟରେ କମେଣ୍ଟ୍ରି କରୁଥିବା ଗାଭାସ୍କର କହିଛନ୍ତି…

ମୁମ୍ବାଇ : ନିଜର ବିବାଦୀୟ ଟିପ୍ପଣୀକୁ ନେଇ ବିବାଦ ଘେରରେ ଭାରତର ଦିଗଜ କ୍ରିକେଟର ତଥା ଭାଷ୍ୟକାର ସୁନୀଲ ଗାଭାସ୍କର । ଏଥର ରାଜସ୍ଥାନ ରୟାଲ୍ସର ବ୍ୟାସଟମ୍ୟାନ ସିମରନ ହେଟମାୟରଙ୍କ ପତ୍ନୀଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରିଛନ୍ତି ଗାଭାସ୍କର । ଏହାପରେ ତାଙ୍କୁ କମେଣ୍ଟ୍ରିରୁ ହଟାଇବା ପାଇଁ ଦାବି ହୋଇଛି । ପୂର୍ବରୁ ସେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରତି ଟିପ୍ପଣୀ କରି ବିବାଦ ଘେରରେ ରହିଥିଲେ । ରାଜସ୍ଥାନ ଏବଂ ଚେନ୍ନାଇ ମ୍ୟାଚ୍‌ ସମୟରେ ଯେତେବେଳେ ସିମରନ ହେଟମାୟର ବ୍ୟାଟିଂ ପାଇଁ ଆସିଲେ ସେହି ସମୟରେ କମେଣ୍ଟ୍ରି କରୁଥିବା ଗାଭାସ୍କର କହିଛନ୍ତି, ହେଟମାୟରଙ୍କ ପତ୍ନୀ ତ ଡେଲିଭରି କରି ଦେଲେ ।

ଏବେ ଦେଖିବାକୁ ବାକି ରହିଲା ଯେ, ହେଟମାୟର ଡେଲିଭରି କରି ପାରୁଛନ୍ତି ନା ନାହିଁ । ଏହାପରେ ହେଟମାୟର ସାତଟି ବଲ୍‌ରୁ ଛଅ ରନ କରି ଆଉଟ୍‌ ହୋଇଛନ୍ତି । ଏବେ ଗାଭାସ୍କରଙ୍କ ଏହି ଟିପ୍ପଣୀକୁ ନେଇ ବିବାଦ ଆରମ୍ଭ ହୋଇ ଯାଇଛି । ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ସିମରନ ହେଟମାୟର ନିକଟରେ ବାପା ହୋଇଛନ୍ତି । ଏହି ସମୟରେ ସେ ନିଜ ପତ୍ନୀଙ୍କ ସହ ରହିବା ପାଇଁ କିଛି ଦିନ ଛୁଟି ନେଇଥିଲେ ଏବଂ ୱେଷ୍ଟଇଣ୍ଡିଜ ଗସ୍ତ କରିଥଲେ । ଏହି ଟିପ୍ପଣୀକୁ ନେଇ ବିବାଦ ଆରମ୍ଭ ହୋଇ ଯାଇଛି ଏବଂ ଗାଭାସ୍କରଙ୍କୁ କମେଣ୍ଟ୍ରିରୁ ହଟାଇବାକୁ ଦାବି ଜୋର ଧରିଛି ।