କାଚରେ ତିଆରି ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ଉର୍ଫି

ଷ୍ଟାଇଲ ଓ ପୋଷାକକୁ ନେଇ ସବୁବେଳେ ସେ ଚର୍ଚ୍ଚାରେ…

ମୁମ୍ବାଇ : ଟେଲି ଅଭିନେତ୍ରୀ ଉର୍ଫି ଜାଭେଦ ପୁଣି ଚର୍ଚ୍ଚାରେ । ତାଙ୍କ ଷ୍ଟାଇଲ ଓ ପୋଷାକକୁ ନେଇ ସବୁବେଳେ ସେ ଚର୍ଚ୍ଚାରେ ଥାନ୍ତି । ଯେଉଁଥିପାଇଁ ସେ ଖୁବ ଟ୍ରୋଲ ମଧ୍ୟ ହୁଅନ୍ତି । ସେ ସବୁବେଳେ କିଛି ନା କିଛି ଏଭଳି ଭିଡିଓ ଫ୍ୟାନ୍ସମାନଙ୍କ ପାଇଁ ସେୟାର କରନ୍ତି ଯାହା ଖୁବ୍‌ ଭାଇରାଲ ହୋଇଥାଏ । ବର୍ତ୍ତମାନ ତାଙ୍କର ଏକ ଫଟୋ ଭାଇରାଲ୍‌ ହୋଇଛି । ଯେଉଁଥିରେ ସେ କାଚ ଖଣ୍ଡରେ ନିର୍ମିତ ଅତରଙ୍ଗୀ ଅନ୍ଦାଜ୍‌ରେ ଡ୍ରେସ୍‌ ପିନ୍ଧିଛନ୍ତି । ପୋଷାକର ଓଜନ ୨୦ କିଲୋଗ୍ରାମରୁ ଅଧିକ ରହିଛି । ଏଥିରେ କାଚ୍‌ ଗ୍ଲାସର ଭାରୀ ଖଣ୍ଡ ବ୍ୟବହାର କରାଯାଇଛି ।

ସୂଚନାଯୋଗ୍ୟ ଯେ, ଉର୍ଫି ମୁମ୍ବାଇର ଏକ କ୍ଲବରେ ବିଳାସପୂର୍ଣ୍ଣ ପାର୍ଟୀ ରଖିଥିଲେ । ଯେଉଁଥିରେ ରାଖୀ ସାୱନ୍ତ, ଅକ୍ଷିତ ସୁଖିଆଜା ଏବଂ ପ୍ରିୟଙ୍କା ଶର୍ମାଙ୍କ ଭଳି ଟିଭି ତାରକା ଉପସ୍ଥିତ ଥିଲେ । ଏହି ପାର୍ଟୀରେ ଉର୍ଫି ଏକ ଧଳା ପୋଷାକ ଉପରେ ମୋଟା କାଚ ଖଣ୍ଡ ବ୍ୟବହାର କରିଥିଲେ ।