ଟମାଟୋ ଫ୍ଲୁ’କୁ ନେଇ ଭୟଭିତ ନ ହେବାକୁ ପରାମର୍ଶ
ଦେଶର କିଛି ରାଜ୍ୟରେ ଟମାଟୋ ଫ୍ଲୁ ସଂକ୍ରମଣ ବ୍ୟାପିବାକୁ ନେଇ ଆଶଙ୍କା ଏପର୍ଯ୍ୟନ୍ତ…
ଭୁବନେଶ୍ୱର: ଦେଶର କିଛି ରାଜ୍ୟରେ ଟମାଟୋ ଫ୍ଲୁ ସଂକ୍ରମଣ ବ୍ୟାପିବାକୁ ନେଇ ଆଶଙ୍କା ଏପର୍ଯ୍ୟନ୍ତ ସଂକ୍ରମିତ ଚିହ୍ନଟ ହୋଇନଥିବା ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ଏହାସହିତ ହ୍ୟାଣ୍ଡ ମାଉଥ ଫୁଟ ଡିଜିଜକୁ ନେଇ ଭୟଭୀତ ନହେବା ପାଇଁ ସରକାର ପରାମର୍ଶ ଦେଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ଦେଇ କହିଛନ୍ତି ରାଜ୍ୟରେ ଏଚଏମଏଫଡି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । କିନ୍ତୁ ଏହା ଟମାଟୋ ଫ୍ଲୁ ନୁହେଁ । କିଛି ରାଜ୍ୟରେ ଫ୍ଲୁ ଏବେ ରୂପ ବଦଳାଉଛି । ଏଥିପାଇଁ ସର୍ଭେଲାନ୍ସ ଜୋରଦାର କରିବା ଓ ଟେଷ୍ଟିଂ କରିବା ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଉଛି । ସବୁ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ମଧ୍ୟ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି ।