ସବୁ ଫର୍ମାଟରେ ବାବର ଆଜମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ: କାର୍ତ୍ତିକ
latest cricket news In all formats, Babur Azam is the best batsman: Karthik
ନୂଆଦିଲ୍ଲୀ : ଭାରତୀୟ ଦଳର ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକ ପାକିସ୍ତାନ ଟିମର ଅଧିନାୟକ ବାବର ଆଜମଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ସେ ଖୁବଶୀଘ୍ର ତିନୋଟି ଯାକ ଫର୍ମାଟରେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ହେବେ ବୋଲି କାର୍ତ୍ତିକ ଭବିଷ୍ୟବାଣୀ କରିଛନ୍ତି ।
ତିନୋଟି ଯାକ ଫର୍ମାଟରେ ଲଗାତାର ଭାବେ ଭଲ ପ୍ରଦର୍ଶନ କରି ଆସୁଛନ୍ତି ବାବର । ଏବେ ସେ ଟି୨୦ ଏବଂ ଦିନିକିଆରେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ । ଏଣୁ ସେ କ୍ରିକେଟ ଇତିହାସର ତିନୋଟି ଯାକ ଫର୍ମାଟରେ ଖୁବ୍ଶୀଘ୍ର ନଂ-୧ ହେବେ ବୋଲି କହିଛନ୍ତି କାର୍ତ୍ତିକ ।