୨ରୁ୩ ଦିନରେ କେରଳ ଛୁଇଁବ ମୌସୁମୀ

The monsoon will touch Kerala in 2 to 3 days

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ଆଗାମୀ ୨-୩ ଦିନରେ କେରଳ ପହଞ୍ଚିବାର ଅନୁମାନ କରାଯାଉଛି । ଆଇଏମଡିଙ୍କ ଅନୁସାରେ ଦକ୍ଷିଣ ଆରବ ସାଗରର ନିମ୍ନାଞ୍ଚଳରେ ପବନ ଏବେ ପଛୁଆ ହେଲାଣି । ଉପଗ୍ରହ ଛବି ଅନୁସାରେ କେରଳ ଉପକୂଳ ଓ ଏହା ସଲଗ୍ନ ଦକ୍ଷିଣ-ପୂର୍ବ ଆରବ ସାଗରରେ ବାଦଲ ଛାଇ ରହିଛି ।

ଏଣୁ ଆଗାମୀ ୨ରୁ ୩ ଦିନ ମଧ୍ୟରେ କେରଳରେ ମୌସୁମୀ ଆରମ୍ଭ ହେବାକୁ ପରିସ୍ଥିତି ଅନୁକୂଳ ଥିବା ପରି ଲାଗୁଛି ବୋଲି ଆଇଏମଡି କହିଛନ୍ତି । ସେହିପରି ବ୍ରିଟେନସ୍ଥିତ ୟୁନିଭର୍ସିଟି ଅଫ ରିଡିଂଙ୍କ ଗବେଷକ ଅକ୍ଷୟ ଦେବରସ ଏକ ଟ୍ୱିଟରେ ମନସୁନ ଏବେ କେରଳ ଅକ୍ଷାଂଶରେ ୨ରୁ୩ ଦିନରେ କେରଳ ଛୁଇଁବ ମୌସୁମୀ ପହଞ୍ଚିସାରିଥିବା ଉଲ୍ଲେଖ କରିଥିଲେ ।
ତେବେ ରାଜ୍ୟରେ ବର୍ଷା ହେବା ଓ ମୌସୁମୀର ପ୍ରାରମ୍ଭ ବୋଲି ଏବେ ଘୋଷଣା କରିବା ଉଚିତ ହେବନାହିଁ ବୋଲି କହିଥିଲେ ।