ପାକିସ୍ତାନରେ ପେଟ୍ରୋଲ ମହଙ୍ଗା

Petrol is expensive in Pakistan..

ନୂଆଦିଲ୍ଲୀ: ପାକିସ୍ତାନରେ ପେଟ୍ରୋଲ-ଡିଜେଲ ଦାମ ବଢିବାରେ ଲାଗିଛି । ପାକିସ୍ତାନ ସରକାର ତୈଳ ଦରରେ ଏକକାଳୀନ ୩୦ ଟଙ୍କା ବୃଦ୍ଧି କରିଛନ୍ତି । ଏହାପରେ ଇସଲାମବାଦରେ ଲିଟର ପିଛା ପେଟ୍ରୋଲ ୧୭୯.୮୬ ଟଙ୍କା ଓ ଡିଜେଲ ୧୭୪.ଟଙ୍କା ୧୫ ପଇସାରେ ପହଁଚିଛି ।

ସେହିପରି କିରୋସିନର ଦାମ ମଧ୍ୟ ୩୦ ଟଙ୍କା ବୃଦ୍ଧି ପାଇଛି । କିରୋସିନି ମଧ୍ୟ ୧୫୫.୫୬ ଟଙ୍କା ହୋଇଯାଇଛି । ପେଟ୍ରୋଲ-ଡିଜେଲ ଦରକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବର୍ତ୍ତମାନର ଶରିଫ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଦେଶରେ ଇତିହାସରେ ଏହା ସବୁଠାରୁ ବଡ ବୃଦ୍ଧି ଅଟେ । ରୁଷରୁ ଶସ୍ତା ତେଳ କିଣିବାକୁ ପାକିସ୍ତାନ ବିଫଳ ।