ସମସ୍ତ ଖେଳାଳି ଦେବେ ଫିଟନେସ ଟେଷ୍ଟ

Latest news All players will be given a fitness test

ନୂଆଦିଲ୍ଲୀ : ଭାରତୀୟ ଦଳ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳିବ । ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ବିସିସିଆଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଟି-୨୦ ସିରିଜରେ ସାମିଲ ଖେଳାଳିଙ୍କୁ ଆଇପିଏଲ ପରେ ଫିଟନେସ୍‌ ଟେଷ୍ଟ ଦେବାକୁ ପଡିବ ବୋଲି ବିସିସିଆଇ କହିଛ ।

ଭାରତୀୟ ଦଳର ସମସ୍ତ ଖେଳାଳି ଜୁନ ୫ କିମ୍ବା ତା ପୂର୍ବରୁ ବେଙ୍ଗାଲୁରୁ ସ୍ଥିତ ଏନସିଏରେ ଏକତ୍ରିତ ହେବେ । ଏନସିଏ ନିର୍ଦ୍ଦେଶକ ଭିଭିଏସ ଲକ୍ଷ୍ମଣ ଏବଂ ଫିଜିଓ ନୀତିନ ପଟେଲଙ୍କ ତତ୍ତ୍ୱାବଧାନରେ ସମସ୍ତ ଖେଳାଳିଙ୍କ ଫିଟନେସ ପରୀକ୍ଷା କରାଯିବ । ଏଥିରେ ପାସ୍‌ ହେବା ପରେ ଖେଳାଳି ଜୁନ ୭ରେ ବେଙ୍ଗାଲୁରୁରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ।