ମୁମ୍ବାଇ: ବଲିଉଡର ଅଭିନେତ୍ରୀ କରୀନା କପୁର ଖାନଙ୍କୁ ବୁଢ଼ି କହିବାରୁ ଦେଖାଇଲେ ନାଲିଆଖି । କେବଳ କରୀନା ନୁହନ୍ତି ତାଙ୍କର ଦୁଇ ଜଣ ଫ୍ରେଣ୍ଡ ତଥା ଅଭିନେତ୍ରୀ ମଲାଇକା ଅରୋରା ଓ ଅମୃତା ଅରୋରା ମଧ୍ୟ ମିଶି ଟ୍ରୋଲର୍ସଙ୍କୁ ଦେଲେ ମୁହଁତୋଡ ଜବାବ । ନିକଟରେ କରୀନା କପୁର ଖାନ ଫ୍ରସିଦ୍ଧ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ । ତାଙ୍କ ସହ ତାଙ୍କର ଘନିଷ୍ଠ ବନ୍ଧୁ ଅମୃତା ଅରୋରା ଓ ମଲାଇକା ଅରୋରା ମଧ୍ୟ ଏହି ପାର୍ଟିକୁ ଆସିଥିଲେ ।
ସେତେବେଳେର ଏକ ଫଟୋକୁ କରୀନା ନିଜ ଇନ୍ଷ୍ଟାଗ୍ରାମରେ ଶେଆର କରିଛନ୍ତି । ଏହି ଫଟୋରେ କରୀନା, ଅମୃତା, ମଲାଇକା ଏକାଠି ନଜର ଆସିଛନ୍ତି । ତିନି ଜଣ ବେଶ ବୋଲ୍ଡ ଅନ୍ଦାଜରେ ଫଟୋ ପୋଜ ମଧ୍ୟ ଦେଇଛନ୍ତି । ଏହି ଫଟୋର କ୍ୟାପସନରେ କରୀନା ଲେଖିଛନ୍ତି, ୟେ ହୈ ହମ୍, ଔର ଲୋଲୋ କାହାଁ ହୈ’ ।
ତେବେ କରୀନା ଏହି ଫଟୋ ପୋଷ୍ଟ କରିବା ପରେ ତାଙ୍କ କିଛି ପ୍ରଶଂସକମାନେ ଏଥିରେ କମେଣ୍ଟ ଦେଇଛନ୍ତି । ଏଥିସହ କିଛି ପ୍ରଶଂସକ ଏହି ତିନି ଜଣଙ୍କ ଜୋରଦାର ଟ୍ରୋଲ୍ ମଧ୍ୟ କରିଛନ୍ତି । କମେଣ୍ଟରେ କରୀନା, ଅମୃତା ଓ ମଲାଇକାଙ୍କୁ ‘ବୁଢ଼ି’ ବୋଲି କୁହାଯାଇଛି ।