ପ୍ରଥମଥର ପିଲାମାନେ ଏମଆଇଏଫଏଫରେ ଭାଗ ନେବେ

For the first time, children will take part in the MIFF2022..

ନୂଆଦିଲ୍ଲୀ : ପ୍ରଥମଥର ପାଇଁ ୧୮ ବର୍ଷରୁ କମ ବୟସର ପିଲାମାନେ ୧୭ତମ ମୁମ୍ବାଇ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ (ଏମଆଇଏଫଏଫ), ଯାହା ଦକ୍ଷିଣ ଏସିଆରେ ଅଣ ଫିଚର ଫିଲ୍ମ ନିମନ୍ତେ ସବୁଠାରୁ ପୁରୁଣା ଏବଂ ସବୁଠାରୁ ବଡ ଫିଲ୍ମ ଗୁଡିକର ସମାରୋହ ଗୁଡିକ ମଧ୍ୟରୁ ଗୋଟିଏ ଅଟେ, ସେଥିରେ ଅଂଶୀଦାର ହେବାକୁ ଯାଉଛନ୍ତି ।

ମୁମ୍ବାଇରେ ୨୭ ମେ’ ରୁ ୪ ଜୁନ, ୨୦୨୨ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏହି ୧୭ତମ ସଂସ୍କରଣରେ ପିଲା ମାନଙ୍କୁ ମାଷ୍ଟର କ୍ଲାସ୍‌ର ଦୁଇଟି ଆନିମେସନ ଫିଲ୍ମ ‘ରାମାୟଣ : ଦ ଲିଜେଣ୍ଡ ଅଫ ପ୍ରିନ୍ସ ରାମ’ ଏବଂ ‘ମାଇଟି ଲିଟଲ ଭୀମ: ଆଇ ଲଭ ତାଜମହଲ’ ଦେଖିବା ପାଇଁ ଏକ ବହୁତ ଭଲ ଅବସର ମିଳିବ ।

ଦୁଇଟି ଫିଲ୍ମ ନିମନ୍ତେ ପ୍ରବେଶ ନିଃଶୁଳ୍କ ଅଟେ ଏବଂ ସମସ୍ତଙ୍କ ପାଇଁ ଏହା ଖୋଲା ଅଟେ । ପିଲାମାନେ ଭାରତୀୟ ସିନେମାର ଜାତୀୟ ସଂଗ୍ରହାଳୟକୁ ବୁଲି ଯିବା ଏବଂ ଫିଲ୍ମ ପ୍ରଭାଗ ସ୍ଥଳରେ ସିନେ ବିଶେଷଜ୍ଞ ମାନଙ୍କ ସହିତ ଭାବ ବିନିମୟ କରିବା ନିମନ୍ତେ ମଧ୍ୟ ଏକ ସୁଯୋଗ ପାଇ ପାରିବେ ।