ଆକ୍ସନ ମୋଡ୍‌ରେ ସେନା: ୨ ଆତଙ୍କୀ ସଫା

Army in action mode: 2 terrorists cleared

ଜାମ୍ମୁ-କାଶ୍ମୀର: ଆକ୍ସନ ମୋଡରେ ଭାରତୀୟ ସେନା । ଜମ୍ମୁକଶ୍ମୀରର ଅନନ୍ତନାଗରେ ଏନକାଉଣ୍ଟର ହୋଇଛି । ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି । ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସାମଗ୍ରୀ ଜବତ କରିଛି କଶ୍ମୀର ଜୋନ ପୁଲିସ ।

ସୂଚନା ଅନୁଯାୟୀ ଅନନ୍ତନାଗର ବିଜବେହାରା ଅଞ୍ଚଳର ଶାଦିପୋରାଠାରେ ଏହି ଏନକାଉଣ୍ଟର ଘଟିଛି । ଅନ୍ୟପକ୍ଷରେ ଗତ ୩ ଦିନରେ ସେନା ଏବଂ ଜମ୍ମୁ କାଶ୍ମୀର ପୁଲିସ କାର୍ଯ୍ୟାନୁଷ୍ଠାନରେ ୧୦ ଆତଙ୍କବାଦୀ ନିପାତ ହୋଇଛନ୍ତି । ନିକଟରେ ଜମ୍ମୁ-କଶ୍ମୀରର ଲୋକପ୍ରିୟ ଟିଭି ଅଭିନେତ୍ରୀ ଅମରୀନ ଭଟଙ୍କ ହତ୍ୟାର ବଦଲା ନେଇଛି ସେନା ।

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୪ ଲସ୍କର-ଇ-ତାଏବା ଆତଙ୍କୀ । ଏହି ୪ ନିହତ ଆତଙ୍କବାଦୀଙ୍କ ମଧ୍ୟରେ ମହିଳା ଟିଭି ଅଭିନେତାଙ୍କ ହତ୍ୟାକାଣ୍ଡରେ ୨ ଜଣ ସାମିଲ ଥିଲେ । ଉଭୟ ଲସ୍କରର କମାଣ୍ଡର ଲତିଫର ନିର୍ଦ୍ଦେଶରେ ଅମରୀନ ଭଟଙ୍କୁ ଗୁଳି କରି ହତ୍ୟା କରିଥିଲେ । ନିହତ ଶାହିଦ ଓ ଫରହାନର ମୃତଦେହ ନିକଟରୁ ଗୋଟିଏ ଏକେ ୫୬ ରାଇଫଲ, ୪ଟି ମାଗାଜିନ ଓ ଗୋଟିଏ ପିସ୍ତଲ ଜବତ କରାଯାଇଛି ।