ବ୍ରାଜିଲରେ ଭୟଙ୍କର ବନ୍ୟା: ୩୧ ମୃତ

Floods in Brazil: 31 killed

ନୂଆଦିଲ୍ଲୀ: ବ୍ରାଜିଲର ପୂର୍ବୋତ୍ତର ରାଜ୍ୟ ପରନବୁକୋରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ହୋଇଛି । ଏଥିରେ ୨୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ନଦୀରେ ବନ୍ୟା ଜଳ ଆସିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ନାଗରିକ ସୁରକ୍ଷା ଅଧିକାରୀ କହିଛନ୍ତି ଯେ ପରନବୁକୋରେ ବନ୍ୟା କାରଣରୁ ୧୦୦୦ରୁ ଅଧିକ ଲୋକ ନିଜ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି ।

ପରନବୁକୋରେ ନାଗରିକ ସୁରକ୍ଷା ସଂସ୍ଥାର କାର୍ଯ୍ୟକାରୀ ସଚିବ, ଲେଫ୍ଟନେଣ୍ଟ କର୍ଣ୍ଣେଲ ଲିୟୋନାର୍ଡୋ ରୋଡ୍ରିଗ୍ସ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ କହିଛନ୍ତି ଯେ, ରାଜ୍ୟରେ ଭୂସ୍ଖଳନ ଓ ବନ୍ୟା ପ୍ଲାବିତ ଅଞ୍ଚଳରେ ୩୨୦୦୦ ପରିବାର ବସବାସ କରନ୍ତି ।

ରେସିଫେ ସହର ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ପାଇଁ ସ୍କୁଲରେ ଆଶ୍ରୟ ଦିଆଯାଇଛି । ଅଲାଗୋସରେ ରାଜ୍ୟ ସରକାର କହିଛନ୍ତି ଯେ ବିଗତ କିଛି ଦିନ ମଧ୍ୟରେ ପ୍ରବଳ ବର୍ଷା ହୋଇଛି ।