ତ୍ୱଚାରେ ରିଙ୍କଲ୍ସ ଦୂର ହେବା ପାଇଁ ଆପଣାନ୍ତୁ ଏହି ନିୟମ
ବିଶେଷ କରି ଏହାର ପ୍ରଭାବ ମୁଖ୍ୟତଃ ମୁହଁରେ ପ୍ରଥମେ ଦେଖାଯାଇଥାଏ
ସାଧାରଣତଃ ବୟସ ବଢ଼ିବା ସହ ଧୀରେ ଧୀରେ ସୌନ୍ଦର୍ଯ୍ୟ ମଧ୍ୟ ହ୍ରାସ ପାଇଥାଏ । ବିଶେଷ କରି ଏହାର ପ୍ରଭାବ ମୁଖ୍ୟତଃ ମୁହଁରେ ପ୍ରଥମେ ଦେଖାଯାଇଥାଏ । ଆଖି ତଳ କଳା ପଡିବା, ଚର୍ମ ବା ରିଙ୍କଲ୍ସ ହେବା ଭଳି ସମସ୍ୟା ଆସିଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଅନେକ ଲୋକେ ଡାକ୍ତରଙ୍କ ସହାୟତା ନେଇଥାନ୍ତି ।
ଗୋଟିଏ ଚାମଚ ଦହି ସହ ଗୋଟିଏ ଚାମଚ ମହୁ ମିଶାନ୍ତୁ । ଏଥିରେ କିଛି ବୁନ୍ଦା ଗୋଲାପ ଜଳ ପକାଇ ଏକ ମିଶ୍ରଣ ତିଆରି କରନ୍ତୁ । ଏହାକୁ ୨୦ ମିନିଟ ଯାଏଁ ମୁହଁରେ ଲଗାଇ ରଖନ୍ତୁ । ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହା ଦ୍ୱାରା ମୁହଁରୁ ରିଙ୍କଲ୍ସ ଦୂର ହେବା ସହ ତ୍ୱଚା ସଫା ହୋଇଯାଇଥାଏ ।
ଗୋଟିଏ ଚାମଚ ନଡିଆ ତେଲରେ ଗୋଟିଏ ଚୁଟକି ହଳଦି ପାଉଡର ମିଶାନ୍ତୁ । ଏହି ମିଶ୍ରଣକୁ ରିଙ୍କଲ୍ସ ହୋଇଥିବା ସ୍ଥାନରେ ଲଗାଇ ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ।