ଆମେରିକାର ଗୁଲାମ ପାକିସ୍ତାନ: ଇମ୍ରାନ

ଇମ୍ରାନ ଖାନ ଚାର ସଦାର ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି କହିଛନ୍ତି…

ଇସଲାମବାଦ: ପାକିସ୍ତାନର ବର୍ତ୍ତମାନର ସଂଘୀୟ ଗଠବନ୍ଧନ ସରକାରର କଡ଼ା ସମାଲୋଚନା କରି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଆମେରିକୀୟ ଗୁଲାମମାନେ ପେଟ୍ରୋଲିୟମ ଉତ୍ପାଦ ଗୁଡ଼ିକର ମୂଲ୍ୟ ବୃଦ୍ଧି କରିଛନ୍ତି । ଯେତେବେଳେ କି ଭାରତ ପକ୍ଷରୁ ରୁଷର ଶସ୍ତା ତୈଳ ଖରିଦ କରି ମୂଲ୍ୟକୁ ହ୍ରାସ କରାଯାଇଛି । ଏଥିରୁ ଜଣାପଡ଼ୁଛି ଯେ ଭାରତ ସ୍ୱାଧୀନ ଅଟେ କିନ୍ତୁ ଆମେ ପାକିସ୍ତାନୀ ଗୁଲାମ ଅଛୁ । ଇମ୍ରାନ ଖାନ ଚାର ସଦାର ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି କହିଛନ୍ତି ଯେ ଭାରତ ସ୍ୱାଧୀନ ଦେଶ ଭାବରେ କାର୍ଯ୍ୟ କରୁଅଛି ।

ସେ ଭାରତକୁ ପ୍ରଶଂସା କରି କହିଛନ୍ତି ଯେ ଭାରତ ଆମେରିକାର ଶତ ପ୍ରତିବନ୍ଧକ ସତ୍ତେ୍ୱ ରୁଷ ଠାରୁ ଅଶୋଧିତ ତୈଳ ଆମଦାନୀ ଜାରି ରଖିଛି । ସେ କହିଛନ୍ତି ଯେ ଆମ ସରକାର ରୁଷ ସହିତ ୩୦ ପ୍ରତିଶତ ରିହାତି ମୂଲ୍ୟରେ ତୈଳ ଖରିଦ କରିବା ଲାଗି ଏକ ରାଜିନାମାରେ ସ୍ୱାକ୍ଷର କରିଥିଲେ । ଆମ ସରକାରଙ୍କୁ ଏକ ଷଡ଼ଯନ୍ତ୍ର ଅନ୍ତର୍ଗତ ହଟାଇ ଦିଆଯାଇଛ । ସେ କହିଛନ୍ତି ଯେ ପାକିସ୍ତାନର ତ୍ୱରିତ ପ୍ରଗତି ଲାଗି ଏକ ସ୍ୱତନ୍ତ୍ର ବିଦେଶ ନୀତି ଅନିବାର୍ଯ୍ୟ ଅଟେ ।