ମୌସୁମି ପ୍ରଭାବରେ କେରଳରେ ପ୍ରବଳ ବର୍ଷା
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, କେରଳରେ ୫ ଦିନ ଯାଏଁ ବର୍ଷା ଲାଗି ରହିପାରେ…
ନୂଆଦିଲ୍ଲୀ: ମେ’ ୨୯ ତାରିଖରେ କେରଳକୁ ମୌସୁମି ଛୁଇଁଛି । କେରଳରେ ମୌସୁମି ପହଞ୍ଚି ଥିଲା ବେଳେ ଅନ୍ୟ ରାଜ୍ୟର ଲୋକେ ଏହାକୁ ଅପେକ୍ଷା କରିଛନ୍ତି । କେରଳରେ ମୌସୁମି ପ୍ରଭାବରେ ପ୍ରବଳ ବର୍ଷା ମଧ୍ୟ ହୋଇଯାଇଛି । କର୍ଣ୍ଣାଟକ ଓ ମହାରାଷ୍ଟ୍ରକୁ ମଧ୍ୟ କମ ଦିନରେ ମୌସୁମି ସ୍ପର୍ଶ କରିପାରେ । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, କେରଳରେ ୫ ଦିନ ଯାଏଁ ବର୍ଷା ଲାଗି ରହିପାରେ । ଦିଲ୍ଲୀର କଥା ଯଦି କହିବାନୂ ଆଜି ଏଠାରେ ବର୍ଷା ହୋଇପାରେ । ଦିଲ୍ଲୀରେ ତାପମାତ୍ର ସର୍ବନିମ୍ନ ୨୯ ଓ ସର୍ବାଧିକ ୪୧ ଡିଗ୍ରୀ ରେକର୍ଡ ହୋଇପାରେ ।