ପଞ୍ଜାବ ଗାୟକଙ୍କୁ ହତ୍ୟା ଘଟଣା: ତିହାର ଜେଲରୁ ଷଡ଼ଯନ୍ତ୍ର!

ତାଙ୍କୁ ରିମାଣ୍ଡରେ ଆଣି ଜେରା ପାଇଁ ପୁଲିସ ପ୍ରସ୍ତୁତ ଚଳାଇଛି

ନୂଆଦିଲ୍ଲୀ: ପଞ୍ଜାବର ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୋଜ ୱାଲାଙ୍କୁ କିଛି ଅଜଣା ଦୁବୃର୍ତ୍ତ ଗୁଳି କରି ହତ୍ୟା କରିଛନ୍ତି । ସିଦ୍ଧୁ ମୋଜ ୱାଲା ହତ୍ୟାକାଣ୍ଡରେ କାନାଡ଼ା ବେସଡ ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରର ନିଜକୁ ଦାୟୀ କରିଛି । ହେଲେ ଏହି ହତ୍ୟାକାଣ୍ଡ ପାଇଁ ତିହାର ଜେଲରୁ ଷଡ଼ଯନ୍ତ୍ରର ପ୍ଲଟ ରଚାଯାଇଥିବା ସୁରାକ ମିଳିଛି । ଏଥିପାଇଁ ପୁଏସ ତିହାର ଜେଲରେ ରହୁଥିବା ଲରେନ୍ସ ବିଷ୍ଣୋଇକୁ ସନ୍ଦେହ କରିଛି । ତାଙ୍କୁ ରିମାଣ୍ଡରେ ଆଣି ଜେରା ପାଇଁ ପୁଲିସ ପ୍ରସ୍ତୁତ ଚଳାଇଛି । ଗତକାଲି ଗୁଳିକାଣ୍ଡରେ ସିଦ୍ଧୁ ମୋଜ ୱାଲାଙ୍କ ଦୁଇ ଜଣ ସହଯୋଗୀ ଗୁରୁତର ହୋଇଥିବା ଜଣାପଡ଼ିଛି । ପୁଲିସ କହିବା ଅନୁଯାୟୀ ଗତକାଲି ସିଦ୍ଧୁ ମୋଜ ୱାଲା ତାଙ୍କର ବ୍ୟକ୍ତିଗତ ୨ କମାଣ୍ଡୋଙ୍କୁ ସାଙ୍ଗରେ ନେଇ ନଥିଲେ କି ତାଙ୍କ ବୁଲେଟ ପ୍ରୁଫ କାର ବ୍ୟବହାର କରି ନଥିଲେ । ସେହିପରି ଆଗପଟୁ ଅନ୍ୟ ୨ଟି କାର ଆସି ତାଙ୍କ ପଥରୋଧ କରିଥିଲା ।

କିଛି ସମୟ ପରେ ଦୁର୍ବୃତ୍ତମାନେ ସିଦ୍ଧୁ ମୋଜ୍‌ ୱାଲାଙ୍କ ଉପରକୁ ଆଖିବୁଜା ଗୁଳି ମାଡ଼ କରିଥିଲେ । ତାଙ୍କ ଉପରକୁ ପାଖାପାଖି ୩୦ଟି ବୁଲେଟ ମାଡ଼ ହୋଇଛି । ଏହି ଘଟଣା ପାଇଁ ଗୋଲଡି ବ୍ରର ନାମକ ଜଣେ ଗ୍ୟାଙ୍ଗଷ୍ଟର ନିଜକୁ ଦାୟୀ କରିଛି । ଗୋଲଡି ବ୍ରର ହେଉଛନ୍ତି ତିହାର ଜେଲରେ ରହୁଥିବା ଲରେନ୍ସଙ୍କ ମୁଖ୍ୟ ସହଯୋଗୀ । ଲରେନ୍ସ ଏବେ ତିହାର ଜେଲରେ ଅଛିନ୍ତି । ଯାହାକୁ ରିମାଣ୍ଡରେ ଆଣି ଜେରା କରିବାକୁ ପୁଲିସ ଯୋଜନା କରୁଛି ।