ଆୟୁଷ୍ମାନ ପାଇଁ ଏନଏଚଏ ଅନଲାଇନ ପବ୍ଲିକ ଡ୍ୟାସବୋର୍ଡ ଶୁଭାରମ୍ଭ
ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଫ୍ଲାଗସିପ ସ୍କିମ ଅଧୀନରେ ଜାତୀୟ ସ୍ୱାସ୍ଥ୍ୟ….
ନୂଆଦିଲ୍ଲୀ : ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଫ୍ଲାଗସିପ ସ୍କିମ ଅଧୀନରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏହି ଯୋଜନା ବିଷୟରେ ପ୍ରକୃତ ସମୟର ସୂଚନା ପାଇଁ ଏକ ସାର୍ବଜନୀନ ଡ୍ୟାସବୋର୍ଡ ଶୁଭାରମ୍ଭ କରିଛି । ଏବିଡିଏମ ସାର୍ବଜନୀନ ଡ୍ୟାସବୋର୍ଡ ମିଶନ ଅନ୍ତର୍ଗତ କୋର ରେଜିଷ୍ଟ୍ରିଗୁଡ଼ିକ ଉପରେ ବିସ୍ତୃତ ସୂଚନା ପ୍ରଦର୍ଶିତ କରେ ଯଥା ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ନମ୍ବର, ହେଲଥ କେୟାର ପ୍ରଫେସନାଲ୍ ରେଜିଷ୍ଟ୍ରି (ଏଚପିଆର) ଏବଂ ସ୍ୱାସ୍ଥ୍ୟ ସୁବିଧା ରେଜିଷ୍ଟ୍ରି । ଡ୍ୟାସବୋର୍ଡ ଅନୁଯାୟୀ, ୩୦ ମଇ ସୁଦ୍ଧା, ସୃଷ୍ଟି ହୋଇଥିବା ଏବିଏଚଏର ସଂଖ୍ୟା ହେଉଛି ୨୨.୧ କୋଟି, ୧୬.୬ ହଜାରରୁ ଅଧିକ ସ୍ୱାସ୍ଥ୍ୟ ସେବା ବିଶେଷଜ୍ଞ ଏଚପିଆର ରେ ପଞ୍ଜୀକୃତ ହୋଇଛନ୍ତି, ୬୯.୪ ହଜାରରୁ ଅଧିକ ସ୍ୱାସ୍ଥ୍ୟ ସୁବିଧା ଏଚଏଫଆର ରେ ପଞ୍ଜୀକୃତ ହୋଇଛି ।
.ଉପଭୋକ୍ତାମାନଙ୍କ ଦ୍ୱାରା ୧.୮ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ ରେକର୍ଡ ଲିଙ୍କ୍ ହୋଇଛି ଏବଂ ସମ୍ପ୍ରତି ନବୀକରଣ ହୋଇଥିବା ଏବିଏଚଏ ଆପ ୫.୧ ଲକ୍ଷ ଡାଉନଲୋଡ ଅତିକ୍ରମ କରିଛ । ଡ୍ୟାସବୋର୍ଡରେ ଏବିଏଚ ଜେନେରେଟ ସଂଖ୍ୟା, ଡାକ୍ତର, ନର୍ସ ଇତ୍ୟାଦି ପଞ୍ଜୀକୃତ ସ୍ୱାସ୍ଥ୍ୟ ବୃତିଗତଙ୍କ ସଂଖ୍ୟା, ଏବିଏଚଏ ସହିତ ସଂଯୁକ୍ତ ଡିଜିଟାଲ ସ୍ୱାସ୍ଥ୍ୟ ରେକର୍ଡ ସମ୍ବନ୍ଧୀୟ ତଥ୍ୟ ରଖାଯାଇଛି । ଡ୍ୟାସବୋର୍ଡରେ ପଞ୍ଜୀକୃତ ହେବା ସହିତ ଆଜି ପର୍ଯ୍ୟନ୍ତ ସଂଗୃହିତ ସ୍ୱାସ୍ଥ୍ୟ ସୁବିଧା ଯଥା ରହିଛି ।