ଆମ ସମ୍ବଳର ପ୍ରଥମ ସ୍ୱନକ୍ଷତ୍ର ଦିବସ

ଆମ ସମ୍ବଳର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡକ୍ଟର ସୁଶାନ୍ତ କୁମାର….

କଟକ : ଆମ ସମ୍ବଳର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡକ୍ଟର ସୁଶାନ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗାନ୍ଧୀଭବନ ପରିସରରେ ପାଳିତ ହୋଇଯାଇଛି । ସାଧୁ ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାବେଳେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଗଣେଶ୍ୱର ସ୍ୱାଇଁ, ସମ୍ମାନିତ ଅତିଥିଭାବେ ପ୍ରଫେସର ଡାକ୍ତର ଗୌରୀଶଙ୍କର ଆଚାର୍ଯ୍ୟ, କର୍ପୋରେଟର ଗଗନ ଓଝା, ରମାବଲ୍ଲଭ ନାୟକ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ମୁଖପତ୍ର ଆମ କଥା ଉନ୍ମୋଚନ କରିଥିଲେ । ଏହି ଅବସରରେ ଶିକ୍ଷକ ଜଗନ୍ନାଥ ପଣ୍ଡା ଏବଂ ସମାଜସେବା କ୍ଷେତ୍ରରେ ସମାଜସେବୀ ମିଲନ ଦାଶଙ୍କୁ ଉମାଦେବୀ ସ୍ମୃତି ସମ୍ମାନ-୨୦୨୨, ସ୍ୱାସ୍ଥ୍ୟ କ୍ଷେତ୍ରରେ ଏସସିବି ହସ୍ପିଟାଲର ସ୍ୱାସ୍ଥ୍ୟ ସେବୀକା ସୁଶ୍ରୀ ଅନୁପମା ବେହେରାଙ୍କୁ ସୁଧାକର ସ୍ମୃତି ସମ୍ମାନ-୨୦୨୨ ଏବଂ ସାମ୍ବାଦିକତା କ୍ଷେତ୍ରରେ ‘ସମାଜ’ର ବରିଷ୍ଠ ସାମ୍ବାଦିକ ନିଖିଳ ରଂଜନ ବିଶ୍ୱାଳଙ୍କୁ ନାରଦ ସମ୍ବଳ ସମ୍ମାନ- ୨୦୨୨ରେ ସମ୍ମାନିତ କରିଥିଲେ । ଏହା ସହିତ ଉତ୍ସର୍ଗୀକୃତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ସୋମନାଥ ରାଉତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଅନୁଷ୍ଠାନର ସମ୍ପାଦକ ତଥା ପ୍ରତିଷ୍ଠାତା ମାନସ ରଂଜନ ପରିଡ଼ା ଅନୁଷ୍ଠାନର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ ।

ପ୍ରଫେସର ଆଲୋକେଶ ରାୟ ନିଜର ଅଭିଭାଷଣ ରଖିଥିଲେ । ଗୀତାଞ୍ଜଳୀ ମିଶ୍ର, ପ୍ରଭାସିନୀ ଜେନା, ବିନିତା ନନ୍ଦୀ ଏବଂ ମହାରାଣୀ ସ୍ୱାଇଁ ପ୍ରମୁଖ ମାନପତ୍ର କରିଥିଲେ । କାର୍ଯ୍ୟକ୍ରମକୁ ମହାଶିଷ ପ୍ରସାଦ, ଜ୍ୟୋତିଷ ବେହେରା, ଦେବେନ୍ଦ୍ର ମୋହନ ଗମାଙ୍ଗ, ଧନଞ୍ଜୟ ବିଶ୍ୱାଳ, ମନ୍ମଥ ସାହୁ, ଲକ୍ଷ୍ମୀଧର ଦାସ, ପୁଷ୍ପାଙ୍କ ବାନାର୍ଜୀ, ଓମ ପ୍ରକାଶ ରାଉତ, ରମାକାନ୍ତ ଦାସ, ସୁସ୍ମିତା ମହାନ୍ତି ପ୍ରମୁଖ ପରିଚାଳନା କରିଥିବାବେଳେ ଅନୁଷ୍ଠାନର ସଦସ୍ୟ ସଦସ୍ୟାମାନେ ପରିଚାଳନାରେ ସହଯୋଗ କରିଥିଲେ । ମହାମାୟା ଉ.ପ୍ରା ବିଦ୍ୟାୟଳର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିବାବେଳେ ଶକ୍ତିସ୍ୱରୂପା ସିଂହ ସାମନ୍ତ ଏବଂ ବିଶ୍ୱରୂପା ସିଂହ ସାମନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶେଷରେ ବିକ୍ରମ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।