ଏବେ ଦଳ ପ୍ରତିଶୋଧ ଲକ୍ଷ୍ୟରେ ରହିବ: ଦ. ଆଫ୍ରିକା ଅଧିନାୟକ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ ୯ରୁ ଟି୨୦ ସିରିଜ ଆରମ୍ଭ ହେବ । ଏଥିପାଇଁ ଦିଲ୍ଲୀରେ ପହଁଞ୍ଚଛି ଦକ୍ଷିଣ ଆଫ୍ରିକା…..

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ ୯ରୁ ଟି୨୦ ସିରିଜ ଆରମ୍ଭ ହେବ । ଏଥିପାଇଁ ଦିଲ୍ଲୀରେ ପହଁଞ୍ଚଛି ଦକ୍ଷିଣ ଆଫ୍ରିକା ଟିମ । ଉଭୟ ଦେଶ ମଧ୍ୟରେ ପ୍ରଥମ ଟି-୨୦ ଖେଳାଯିବ । ଟି-୨୦ ସିରିଜ ପାଇଁ ଦ.ଆଫ୍ରିକା ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି । ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବୋ ବାଭୁମା କହିଛନ୍ତି ଯେ, ଚଳିତ ବର୍ଷ ଟି-୨୦ ବିଶ୍ୱକପ ଖେଳାଯିବ । ସେ ଦୃଷ୍ଟିରୁ ଭାରତ ଗସ୍ତ ଖୁବ ଗୁରୁତ୍ୱ ବହନ କରୁଛି । ଏହି ସିରିଜ ଜିତିବାକୁ ଚେଷ୍ଟା କରିବୁ । ଭାରତକୁ ସବୁଠାରୁ ଅଧିକ ମ୍ୟାଚ ବିଜୟୀ ରେକର୍ଡକୁ ରୋକିବାକୁ ସେମାନେ ଚେଷ୍ଟା କରିବେ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଚଳିତ ବର୍ଷ ଆରମ୍ଭରେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା । କିନ୍ତୁ ଦଳ ଟେଷ୍ଟ ଓ ଦିନିକିଆ ସିରିଜ ହାରିଥିଲା । ଏବେ ଦଳ ପ୍ରତିଶୋଧ ଲକ୍ଷ୍ୟରେ ରହିବ ।