ୱାସିମ ଜାଫର ଛାଡିପାରନ୍ତି କୋଚ ଦାୟିତ!

ଓସିଏର ମୁଖ୍ୟ କୋଚ ୱାସିମ ଜାଫର ଛାଡିପାରନ୍ତି କୋଚ ଦାୟିତ୍ୱ । ବାଂଲାଦେଶର ୧୯ ବର୍ଷରୁ କମ….

କଟକ : ଓସିଏର ମୁଖ୍ୟ କୋଚ ୱାସିମ ଜାଫର ଛାଡିପାରନ୍ତି କୋଚ ଦାୟିତ୍ୱ । ବାଂଲାଦେଶର ୧୯ ବର୍ଷରୁ କମ ଟିମର କୋଚ ପଦ ପାଇଁ ରେସରେ ଅଛନ୍ତି ଜାଫର୍‌ ଯଦି ବାଂଲାଦେଶ ଟିମର କୋଚ ପାଇଁ ତାଙ୍କୁ ଚୟନ କରାଯାଏ, ତେବେ ସେ ଓଡିଶା ଟିମର କୋଚ ପଦ ଛାଡିବା ନିଶ୍ଚିତ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି । ସଞ୍ଜୟ କହିବା ଅନୁସାରେ ଅନ୍ତର୍ଜାତୀୟ ସ୍ତରରେ କୋଚ ଅଫର ପାଇଲେ ଜାଫର ପଦ ଛାଡି ପାରନ୍ତି । କିନ୍ତୁ ଏ ନେଇ ତାଙ୍କ ପାଖରେ କୌଣସି ଆନୁଷ୍ଠାନିକ ଖବର ନଥିବା ଓସିଏ ସମ୍ପାଦକ କହିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୨୧ ଜୁଲାଇ ୨୩ରେ ଜାଫର ଓଡିଶା କ୍ରିକେଟ ଟିମର ମୁଖ୍ୟ କୋଚ ଭବେ ଦାୟିତ୍ୱ ଗ୍ରହଣ କରିଥିଲେ ।