ପ୍ରଶାସନିକ ସ୍ତରରେ ବଡ ଧରଣର ପରିବର୍ତ୍ତନ କଲେ ମମତା

ପଶ୍ଚିମବଙ୍ଗର ମମତା ସରକାର ପ୍ରଶାସନିକ ସ୍ତରରେ ବଡ ଧରଣର ପରିବର୍ତ୍ତନ କରିଛନ୍ତି । ୨୪ ଅଧିକାରୀଙ୍କୁ…

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ମମତା ସରକାର ପ୍ରଶାସନିକ ସ୍ତରରେ ବଡ ଧରଣର ପରିବର୍ତ୍ତନ କରିଛନ୍ତି । ୨୪ ଅଧିକାରୀଙ୍କୁ ବଦଳିକୁ ନେଇ ସରକାର ଆଦେଶ ଜାରି କରିଥିବା ଜଣାପଡିଛି । ସେଥିମଧ୍ୟରୁ ୨୧ଜଣ ଆଇଏଏସ୍‌ ଅଫିସର ଓ ୩ଜଣ ରାଜ୍ୟ ପ୍ରଶାସନିକ ସେବାର ଅଧିକାରୀ ରହିଛନ୍ତି । ଏଥିରେ ପୁଋଲିୟା, ମାଲଦା, ମୁର୍ସିଦାବାଦ, ଉତ୍ତର ୨୪ ପରଗାନା ଓ ଦକ୍ଷିଣ ୨୪ ପରଗାମା ସମେତ ରାଜ୍ୟର ଅନେକ ଜିଲ୍ଲା ସାମିଲ ରହିଛି । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଋଲିୟା ଜିଲ୍ଲା ମାଜିଷ୍ଟ୍ରେଟ ରାହୁଲ ମଜୁମଦାରଙ୍କୁ ଗାଳି ଦେବାର କିଛିଦିନ ପରେ ପଦରୁ ହଟାଇ ଆସନମୋଲ ନଗର ନିଗମର କମିଶନର ଭାବେ ନିଯୁକ୍ତ କରିଥିଲେ ।